?????
ଏଥର ବଢ଼ିବ ଶୀତ, ପାଣିପାଗ କେନ୍ଦ୍ର ଦେଲା ସୂଚନା
ଭୁବନେଶ୍ୱର: ଦୀପାବଳି ଯାଇ କାର୍ତ୍ତିକ ପୂର୍ଣ୍ଣିମା ଶେଷ ହୋଇଛି। ପୂର୍ବରୁ ଏହି ସମୟରେ ଯେପରି ଶୀତ ଅନୁଭୂତ ହେବା କଥା ଚଳିତ ବର୍ଷ ଥଣ୍ଡା ଅନୁଭୂତ ହୋଇନାହିଁ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆଲୋଚନା ହେଉଥିବା ବେଳେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ଆଗକୁ ଶୀତ ବଢିବ। ୪ରୁ ୫ ଦିନ ମଧ୍ୟରେ ସାରା ରାଜ୍ୟରେ ପାରଦ ଆହୁରି ଖସିବ। ସ୍ୱାଭାବିକ ଭାବରେ ୩ରୁ ୪ ଡିଗ୍ରୀ ତାପମାତ୍ରା କମିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
ତେବେ ରାଜ୍ୟର କଶ୍ମୀର କୁହାଯାଉଥିବା ଫୁଲବାଣୀରେ ଘନ କୁହୁଡ଼ି ଦେଖିବାକୁ ମିିଳିଛି। ଏହି ସମୟରେ ୧୦୦ ମିଟର ଦୂରତା ଥିଲା ମଧ୍ୟରେ କିଛି ଦୃଶ୍ୟମାନ ହେଉନଥିବା ଦେଖିବାକୁ ମିଳିଥିଲା। ବଲାଙ୍ଗିରରେ ମଧ୍ୟମ ଧରଣର କୁହୁଡ଼ି ଅନୁଭୂତ ହୋଇଛି। ଏଠାରେ ଦୃଶ୍ୟମାନ ଦୂରତା ୩୦୦ ମିଟର, ଭବାନୀପାଟଣା ଓ ପାରଳାଖେମୁଣ୍ଡିରେ ଦୃଶ୍ୟମାନ ଦୂରତା ୭୦୦ ମିଟର ରହିଥିଲା।