?????

ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନ ପାଇଁ ଜମି ଚିହ୍ନଟ କଲେ ସ୍ବାସ୍ଥ୍ୟମନ୍ତ୍ରୀ ଓ ସାଂସଦ

ଝାରସୁଗୁଡା: ସ୍ବାସ୍ଥ୍ୟମନ୍ତ୍ରୀ ତଥା ବିଧାୟକ ନବକିଶୋର ଦାସ, ସାଂସଦ ସୁରେଶ ପୂଜାରୀ ଝାରସୁଗୁଡାରେ ମେଡିକାଲ କଲେଜ ପାଇଁ ଜାଗା ଚିହ୍ନଟ କରିଛନ୍ତି। ବଲିଜୁରୀ ଓ ମାଲିମୁଣ୍ଡାରେ ଜମି ତଦାରଖ କରାଯାଇଛି। 25 ଏକରରେ ଏକ ମେଡିକାଲ କଲେଜ ଓ 25 ଏକର ଜମିରେ ଏକ ଆରୋଗ୍ୟ ସେଣ୍ଟର କରିବା ପାଇଁ ଯୋଜନା ରହିଛି। ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଆର୍ଟ ଅଫ ଲିଭିଂ ଅନୁଷ୍ଠାନ ଏହି ମେଡିକାଲ କଲେଜ ଓ ଆରୋଗ୍ୟ କେନ୍ଦ୍ର ନିର୍ମାଣ କରିବ ବୋଲି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି।

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଏହି ମେଡିକାଲ କଲେଜ ଓ ଆରାଗ୍ୟ କେନ୍ଦ୍ର ନିର୍ମାଣ ହେଲେ ଝାରସୁଗୁଡା ତଥା ଆଖପାଖ ଅଂଚଳବାସୀ ଉପକୃତ ହେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ପ୍ରଦନ କରୁଛନ୍ତି। ତାଙ୍କରି ପରାମର୍ଶରେ ଝାରସୁଗୁଡାରେ ଏହି ମେଡିକାଲ କଲେଜ ଏବଂ ଆରୋଗ୍ୟ କେନ୍ଦ୍ର ନିର୍ମାଣ ହେବ।

ବରଗଡ଼ ସାଂସଦ ସୁରେଶ ପୂଜାରୀ କହିଛନ୍ତି ଝାରସୁଗୁଡାରେ ଏହି ମେଡିକାଲ କଲେଜ ଓ ଆରୋଗ୍ୟ କେନ୍ଦ୍ର ସ୍ଥାପନ ହେଲେ ଅଂଚଳବାସୀଙ୍କ ପାଇଁ ଏକ ବରଦାନ ହେବ।

ଆର୍ଟ ଅଫ ଲିଭିଂ କର୍ତ୍ତୃପକ୍ଷ କହିଛନ୍ତି ରାଜ୍ୟ ସରକାରଙ୍କ ଅନୁମତି ପରେ ଖୁବ ଶୀଘ୍ର ଶ୍ରୀ ଶ୍ରୀ ରବିଶଙ୍କରଙ୍କ ହାତରେ ଏହି ଆରୋଗ୍ୟ କେନ୍ଦ୍ରର ଶିଳାନ୍ୟାସ କରାଯିବ।

Related Articles

Leave a Reply

Back to top button
error: Content is protected !!