?????

ରେଳବାଇ କର୍ମଚାରୀଙ୍କ ପାଇଁ ଘୋଷଣା ହେଲା ଦୀପାବଳି ବୋନସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରେଳ କର୍ମଚାରୀଙ୍କୁ ୭୮ଦିନର ବେତନ ସହ ସମାନ ଉତ୍ପାଦକତା ଆଧାରିତ ବୋନସ ପ୍ରଦାନ କରିବା ପ୍ରସ୍ତାବକୁ ପିଛିଲା ଭାବେ ମଞ୍ଜୁର କରାଯାଇଛି ।

ପ୍ରତିବର୍ଷ ଦଶହରା/ପୂଜା ଛୁଟି ପୂର୍ବରୁ ଯୋଗ୍ୟ ରେଳ କର୍ମଚାରୀମାନଙ୍କୁ ଉତ୍ପାଦକତା ଆଧାରିତ ବୋନସ (ପିଏଲବି) ପ୍ରଦାନ କରାଯାଇଥାଏ। ଚଳିତ ବର୍ଷ ମଧ୍ୟ, ୧୧.୨୭ ଲକ୍ଷ ଅଣ-ଗେଜେଟେଡ ରେଳ କର୍ମଚାରୀଙ୍କୁ ୭୮ଦିନର ବେତନ ସହ ସମାନ ପିଏଲବି ପ୍ରଦାନ କରାଯାଇଛି । ୭୮ଦିନ ପାଇଁ ଯୋଗ୍ୟ ରେଳ କର୍ମଚାରୀଙ୍କୁ ସର୍ବାଧିକ ୧୭,୯୫୧/- ଟଙ୍କାର ବୋନସ ଦିଆଯାଏ। ଟ୍ରାକ୍‌ ରକ୍ଷଣାବେକ୍ଷଣ କର୍ମଚାରୀ, ଡ୍ରାଇଭର ଓ ଗାର୍ଡ, ଷ୍ଟେସନ ମାଷ୍ଟର, ସୁପରଭାଇଜର, ଟେକ୍ନିସିଆନ, ଟେକ୍ନିସିଆନ ହେଲ୍ପର, କଣ୍ଟ୍ରୋଲର, ପଏଣ୍ଟସମେନ, ମନ୍ତ୍ରଣାଳୟ ସ୍ତରୀୟ କର୍ମଚାରୀ ଏବଂ ଅନ୍ୟ ତୃତୀୟ ଶ୍ରେଣୀ କର୍ମଚାରୀ ଭଳି ବର୍ଗରେ ରେଳ କର୍ମଚାରୀଙ୍କୁ ଉପରୋକ୍ତ ପରିମାଣର ବୋନସ ଦିଆଯାଇଛି ।

ରେଳ କର୍ମଚାରୀଙ୍କୁ ୭୮ଦିନର ପିଏଲବି ପ୍ରଦାନ କରିବା ଲାଗି ରାଜକୋଷ ଉପରେ ୧୮୩୨.୦୯ କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିଛି । କୋଭିଡ-୧୯ ମହାମାରୀ କାରଣରୁ ସୃଷ୍ଟି ହୋଇଥିବା ପ୍ରତିକୂଳ ଆର୍ଥିକ ପରିସ୍ଥିତି ସତ୍ତ୍ବେ ରେଳ କର୍ମଚାରୀଙ୍କୁ ପିଏଲବି ପ୍ରଦାନ କରିବା ଲାଗି ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି ।

ପରିଶୋଧ କରାଯାଇଥିବା ପିଏଲବି ଦିନଗୁଡ଼ିକର ବାସ୍ତବ ସଂଖ୍ୟା, ନିର୍ଦ୍ଧାରିତ ସୂତ୍ର ଆଧାରରେ ବାହାର କରାଯାଇଥିବା ଦିନ ଠାରୁ ଅଧିକ ଅଟେ । ପିଏଲବି ପ୍ରଦାନ କରାଯିବା ରେଳବାଇର ପ୍ରଦର୍ଶନରେ ସୁଧାର ଦିଗରେ କାମ କରୁଥିବା ରେଳ କର୍ମଚାରୀଙ୍କୁ ଉତ୍ସାହିତ କରିବା ପାଇଁ ଏକ ପ୍ରୋତ୍ସାହନ ଭାବେ କାମ କରିଥାଏ ।

Related Articles

Leave a Reply

Back to top button
error: Content is protected !!