?????

ଲାଞ୍ଚ ମାଗି ଜିଆରଏସ ଗିରଫ, ଅଭିଯୁକ୍ତ କହିଲେ ପଇସା ନେଇ ଦେଉନଥିଲେ

ଝାରସୁଗୁଡା: ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଜିଆରଏସ। ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ କନକତୋରା ପଞ୍ଚାୟତର ଜିଆରଏସ ମନୋଜ କୁମାର ସାହୁ ୧୪ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି l

କନକତୋରା ଗ୍ରାମର ସୁବାଷ ପ୍ରଧାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରିବା ପାଇଁ ଜିଆରଏସ ଲାଞ୍ଚ ମାଗିଥିଲେ ବୋଲି ଅଭିଯୋଗ ରହିଛିl ଶୁକ୍ରବାର କନକତୋରା ପଂଚାୟତ କାର୍ଯ୍ୟାଳୟରେ ସୁବାଷଙ୍କ ଠାରୁ ଲାଞ୍ଚ ନେଉଥିବାବେଳେ ଜିଆରଏସ ମନୋଜ କୁମାର ସାହୁଙ୍କୁ ଭିଜିଲାନ୍ସ ବିଭାଗ ଧରିବା ସହ ୧୪ ହଜାର ଟଙ୍କା ଜବତ କରିଛି ଏବଂ ପଂଚାୟତ କାର୍ଯ୍ୟାଳୟରେ ଜିଆରଏସଙ୍କ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରିଛି l

ଗିରଫ ହୋଇଥିବା ମନୋଜ କୁମାର ସାହୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ସେ ପଇସା ମାଗିବା କଥା ସତ। କିନ୍ତୁ ଏହା ଲାଞ୍ଚ ନୁହେଁ। ସେ ତାଙ୍କ ପଇସାରେ ସେହି ଘରର ସେଣ୍ଟ୍ରିଙ୍ଗ ତିଆରି କରିବାକୁ ନିଜ ପଇସା ଦେଇଥିଲେ। ଏବେ ସେ ତାଙ୍କ ପଇସା ମାଗୁଥିଲେ। ଆଉ ସେହି ବ୍ୟକ୍ତି ଭିଜିଲାନ୍ସକୁ ଖବର ଦେଇ ତାଙ୍କୁ ଫସାଇ ଦେଇଛନ୍ତି।

Related Articles

Leave a Reply

Back to top button
error: Content is protected !!