?????

କମିଲା କମର୍ସିଆଲ ରୋଷେଇ ଗ୍ୟାସର ଦାମ, ନୂଆ ଦର କେତେ ଜାଣନ୍ତୁ

ନୂଆଦିଲ୍ଲୀ: ତୈଳ ବିପଣନ କମ୍ପାନୀ ଗୁଡ଼ିକ ଜୁଲାଇ ୧ ତାରିଖରୁ ୧୯ କେଜି କମର୍ସିଆଲ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୯୮ ଟଙ୍କା ହ୍ରାସ କରିଛନ୍ତି। ଆଜିଠାରୁ ଦିଲ୍ଲୀରେ ଏବେ ୧୯ କିଲୋର କମର୍ସିଆଲ ସିଲିଣ୍ଡରର ଦାମ ୨୦୨୧ ଟଙ୍କା ହୋଇଛି। କୋଲକାତାରେ ଏଲପିଜି ସିଲିଣ୍ଡର ଦର ୧୮୨ ଟଙ୍କା ହ୍ରାସ ପାଇଛି। ଅନ୍ୟପକ୍ଷରେ ମୁମ୍ବାଇରେ ଏହା ୧୯୦.୫୦ ଟଙ୍କା ଏବଂ ଚେନ୍ନାଇରେ ୧୮୭ ଟଙ୍କା ହ୍ରାସ ପାଇଛି।

ଲଗାତାର ଦ୍ୱିତୀୟ ଥର ପାଇଁ କମର୍ସିଆଲ ଏଲପିଜି ସିଲିଣ୍ଡର ଦର ହ୍ରାସ ପାଇଛି। କମର୍ସିଆଲ୍ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୩୫ ଟଙ୍କା ହ୍ରାସ ପାଇଥିଲା, ଜୁନ୍ ୧ରେ।

ଅନ୍ୟପକ୍ଷରେ ଘରୋଇ ଏଲପିଜି ସିଲିଣ୍ଡର ଉପଭୋକ୍ତାଙ୍କୁ ମେ’ ମାସରେ ଦୁଇ ଦୁଇ ଥର ଝଟକା ଲାଗିଥିଲା। ଗତ ୭ ତାରିଖରେ ପ୍ରଥମ ଥର ପାଇଁ ଘରୋଇ ସିଲିଣ୍ଡର ଦର ୫୦ ଟଙ୍କା ବଢ଼ିଥିଲା। ସେହିପରି ଗତ ମେ’ ୧୯ ତାରିଖରେ ଘରୋଇ ଏଲପିଜି ସିଲିଣ୍ଡର ଦର ବଢ଼ିଥିଲା।

ଗତ ମାସରେ ଦିଲ୍ଲୀରେ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ୧,୦୦୩ ଟଙ୍କାକୁ ବୃଦ୍ଧି ପାଇଥିଲା। ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁ ରାଷ୍ଟ୍ରାୟତ୍ତ ତୈଳ କମ୍ପାନିମାନେ ଏଲପିଜି ଦର ବୃଦ୍ଧି କରିଛନ୍ତି। ଗତ ମାସରେ ରନ୍ଧନ ଗ୍ୟାସ୍ ଦର ସିଲିଣ୍ଡର ପିଛା ୫୩.୫୦ ଟଙ୍କା ବୃଦ୍ଧି ପାଇଥିଲା।

Related Articles

Leave a Reply

Back to top button
error: Content is protected !!