?????

ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଆଜି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଦ୍ରୌପଦୀ ମୁର୍ମୁ । ଦିଲ୍ଲୀର ସଂସଦ ଭବନରେ ପ୍ରଧାନମନ୍ତ୍ରୀ, ଗୃହମିନ୍ତ୍ରୀ ଏବଂ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ଦଳର ନେତାଙ୍କ ଉପସ୍ଥିତିରେ ଦ୍ରୌପଦୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ କରିବା ବେଳେ ଅଣ ଏନଡିଏରୁ ପ୍ରସ୍ତାବକ ଭାବେ ବିଜେଡି, ଓ୍ୱାଇଏସଆର କଂଗ୍ରେସ ନେତା ରହିଛନ୍ତି।

ଓଡ଼ିଶାର ମଯୂରଭଞ୍ଜ ଭଳି ଏକ ଆଦିବାସୀ ବହୁଳ ଜିଲ୍ଲାରୁ ଆସିଥିବା ଏହି ଆଦିବାସୀ ନେତ୍ରୀଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ଯଶବନ୍ତ ସିହ୍ନା । ଯିଏକି ନିକଟରେ ଟିଏମସିରୁ ଇସ୍ତଫା ଦେବା ପରେ ବିରୋଧୀ ତାଙ୍କୁ ମିଳିତ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଛି। ସେ ମଧ୍ୟ ଖୁବଶୀଘ୍ର ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି। ଝାଡଖଣ୍ଡର ଏହି ପୂର୍ବତନ ରାଜ୍ୟପାଳଙ୍କ ସମର୍ଥନରେ ଏବେ ବିଜୁ ଜନତା ଦଳ ଏବଂ ଆନ୍ଧ୍ରପ୍ରଦେଶର ଶାସକ ଦଳ ଓ୍ୱାଇଏସ୍ଆର କଂଗ୍ରେସ ଭଳି ଦଳ ସମର୍ଥନ କରିଛନ୍ତି। ଏହି ଦୁଇ ଦଳ ଏନଡିଏର ଅଂଶୀଦାର ନୁହନ୍ତି।

ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ୨୧ ତାରିଖରେ ଭୋଟ୍ ଗଣତି ହେବ। ଜୁଲାଇ ୨୫ରେ ନୂଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ।

ଉଲ୍ଲେଖଯୋଗ୍ୟ, ୬୪ ବର୍ଷୀୟ ଏହି ଆଦିବାସୀ ମହିଳା ୨୦୧୫ରୁ ୨୦୨୧ ମଧ୍ୟରେ ଝାଡ଼ଖଣ୍ଡ ରାଜ୍ୟପାଳ ଥିଲେ। ସେ ଝାଡଖଣ୍ଡରେ ରାଜ୍ୟପାଳ ଭାବେ ନିଜ କାର୍ଯ୍ୟକାଳ ପୂରଣ କରିବାରେ ପ୍ରଥମ ବ୍ୟକ୍ତି । ଏମିତିକି ସେ ରାଜ୍ୟପାଳ ଥିବା ବେଳେ କୌଣସି ପ୍ରକାର ଅସୁବିଧା ହୋଇନାହିଁ। ଯାହାକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପସନ୍ଦ ଆସିଥିଲା ବୋଲି ଜଣାପଡିଛି। ରାଜ୍ୟପାଳ ହେବା ପୂର୍ବରୁ ୨୦୦୦ରୁ ୨୦୦୪ ମଧ୍ୟରେ ଓଡ଼ିଶାର ବିଜେପି-ବିଜେଡି ମେଣ୍ଟ ସରକାରରେ ସେ ମନ୍ତ୍ରୀ ଥିଲେ।

Related Articles

Leave a Reply

Back to top button
error: Content is protected !!