?????

ଜିଲ୍ଲା ହସ୍ପିଟାଲରେ ସ୍ୱଚ୍ଛତା ପକ୍ଷ 2022 ପାଳିତ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ 15 ଦିନିଆ ସ୍ୱଚ୍ଛତା ପକ୍ଷ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ ଏହି ପନ୍ଦର ଦିନ ମଧ୍ୟରେ ଅନେକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଜିଲ୍ଲାର ସିଡ଼ିଏମଓ ଡାକ୍ତର ଦୋଳମଣି ପଟେଲ, ଡିଏମଓ ଡାକ୍ତର ଏଚ୍. କେ. ଶତପଥୀ ଉଦଘାଟନ କରିଥିଲେ।

ହସ୍ପିଟାଲର କର୍ମଚାରୀ, ରୋଗୀଙ୍କ ପାଖରେ ରହୁଥିବା ସଦସ୍ୟ, ଡାକ୍ତରଖାନାକୁ ଆସୁଥିବା ଲୋକଙ୍କୁ ଏହି ଅବସରରେ କେମିତି ହାତ ଧୋଇବେ , ସାଧାରଣ ବର୍ଜ୍ୟବସ୍ତୁର ପୃଥକୀକରଣ ଏବଂ ବାୟୋ-ମେଡିକାଲ ବର୍ଜ୍ୟବସ୍ତୁ ଉପରେ ପ୍ରଶିକ୍ଷଣ ଏବଂ ପ୍ରଦର୍ଶନ ପ୍ରଦାନ କରାଯାଇଥିଲା।

ରୋଗୀ ମାନେ ହସ୍ପିଟାଲ ଆସି ଯେଉଁଠି ବସନ୍ତି ସେଠାରେ ସ୍ୱଚ୍ଛ ଭାରତ ଗୀତ, ଏହି ଅଭିଯାନର ବାର୍ତ୍ତା, ହାତ ଧୋଇବା କୌଶଳ ଉପରେ ଆନିମେଟେଡ ଭିଡିଓ, ସୁସ୍ଥ ଜୀବନଶୈଳୀ ଉପରେ ବ୍ୟବହାରିକ ପରିବର୍ତ୍ତନ ମାଧ୍ୟମରେ ଭିଡିଓ ବାର୍ତ୍ତା ଦିଆଯାଇଥିଲା। ଏଥିସହ ଏକ ହସ୍ପିଟାଲର ବିଭିନ୍ନ ବିଭାଗ ମଧ୍ୟରେ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଝାରସୁଗୁଡା ସ୍ଥିତ ଝାଡେଶ୍ୱର ସ୍ପେଶାଲ ସ୍କୁଲରେ ଚିତ୍ରାଙ୍କନ ପ୍ରତିଯୋଗିତା ଓ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ପରେ ସ୍ୱଚ୍ଛ ବାର୍ତ୍ତାଳାପ, ସ୍ୱଚ୍ଛତା ଓ ମାସିକ ଧର୍ମ ସ୍ୱଚ୍ଛତା ସଂପର୍କରେ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବୁରୁମାଲ ଯୁବକ ସଂଘ ଓ ମହିଳା ଆରୋଗ୍ୟ ସମିତି ତରଫରୁ ସ୍ୱଚ୍ଛ ଭାରତ ଅଭିଯାନ ସଚେତନତା ଉଦ୍ଦେଶ୍ୟରେ ଏକ ସଫେଇ ଅଭିଯାନ ଓ ରାଲି ଅନୁଷ୍ଠିତ ହୋଇଥିଲା।

Related Articles

Leave a Reply

Back to top button
error: Content is protected !!