?????

ଗ୍ରାହକଙ୍କୁ ମହଙ୍ଗା ମାଡ, ବଢିଲା ସାବୁନ ଏବଂ ଡିଟରଜେଣ୍ଟ ଦାମ୍

ନୂଆଦିଲ୍ଲୀ: ସପ୍ତାହକରେ ଦ୍ୱିତୀୟ ଥର ଗ୍ରାହକଙ୍କୁ ମହଙ୍ଗା ମାଡ଼ ହୋଇଛି । ପ୍ରଥମେ ଚା’, କଫି, ମ୍ୟାଗି ଏବଂ କ୍ଷୀରର ଦାମ ବଢିଥିବା ନେଇ ସୂଚନା ମିଳିଥିଲା । ଏବେ ସାବୁନ ଏବଂ ଡିଟରଜେଣ୍ଟର ଦାମ ବଢିବ ବୋଲି ଜଣାପଡିଛି । ହିନ୍ଦୁସ୍ଥାନ ୟୁନିଲିଭର କମ୍ପାନୀ ଏହି ଘୋଷଣା କରିଛି। କମ୍ପାନୀ କହିଛି, ଏବେ କଞ୍ଚାମାଲର ଦାମ ବଢିଛି, ପରିବହନ ପାଇଁ ଆବଶ୍ୟକ ଇନ୍ଧନର ଦାମ ମଧ୍ୟ ବଢିଛି। ଯାହାର ପ୍ରଭାବ ଉତ୍ପାଦନ ଖର୍ଚ୍ଚ ଉପରେ ପଡିଛି । ତେଣୁ କମ୍ପାନୀ ବିଭିନ୍ନ ସାମଗ୍ରୀର ଦାମ ବଢାଇବାକୁ କମ୍ପାନୀ ନିଷ୍ପତ୍ତି ନେଇଛି।

ବିଗତ ୬ ମାସ ମଧ୍ୟରେ ଏଫଏମସିଜି କମ୍ପାନୀ ହିନ୍ଦୁସ୍ଥାନ ୟୁନିଲିଭର ଲିମିଟେଡ (ଏଚୟୁଏଲ) ୨୫ରୁ ୩୦ ପ୍ରତିଶତ ଦାମ ସାବୁନ ଏବଂ ଡିଟରଜେଣ୍ଟରେ ବଢାଇଛି।

ନେସଲେ ଇଣ୍ଡିଆ ମ୍ୟାଗିର ମୂଲ୍ୟକୁ ୧୬ ପ୍ରତିଶତକୁ ବୃଦ୍ଧି କରିଛି। ବର୍ତ୍ତମାନ ୭୦ ଗ୍ରାମ ମ୍ୟାଗି ପାଇଁ ଲୋକଙ୍କୁ ୧୨ ଟଙ୍କା ବଦଳରେ ୧୪ ଟଙ୍କା ଦେବାକୁ ପଡିବ। ଏହା ସହିତ ଲୋକଙ୍କୁ କ୍ଷୀର ପାଉଡର ଏବଂ କଫି ପାଉଡର ପାଇଁ ଅଧିକ ଅର୍ଥ ଦେବାକୁ ପଡିବ।

Related Articles

Leave a Reply

Back to top button
error: Content is protected !!