ୟୁକ୍ରେନରୁ ଝାରସୁଗୁଡା ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବାକୁ ଗୁରୁତ୍ୱ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଝାରସୁଗୁଡା: ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଅନେକ ଓଡିଆ ଫଶି ହୋଇ ରହିଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ରଛାତ୍ରୀ ରହିଛନ୍ତି । ରାଜ୍ୟର ପାଖାପାଖି 600 ଛାତ୍ରଛାତ୍ରୀ ୟୁକ୍ରେନରେ ପାଠ ପଢନ୍ତି ବୋଲି ସୂଚନା ରହିଛି । ଏଥିମଧ୍ୟରୁ ଝାରସୁଗୁଡାର 20 ଜଣ ଛାତ୍ରଛାତ୍ରୀ ରହିଛନ୍ତି । କିଭଳି ଛାତ୍ରଛାତ୍ରୀ ନିଜ ଘରକୁ ଫେରିବେ ସେ ନେଇ ଅଭିଭାବକ ଚିନ୍ତା ପ୍ରକଟ କରିଛନ୍ତି । ଏହାପରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଏହି ପ୍ରସଙ୍ଗରେ କଥା ହୋଇଥିବା ସୂଚନା ରହିଛି ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଫୋନ ଜରିଆରେ କଥା ହୋଇଛନ୍ତି । ଓଡିଆ ଛାତ୍ରଛାତ୍ରୀଙ୍କୁ ଆଣିବା ପାଇଁ ଯେଉଁ ଖର୍ଚ୍ଚ ହେବ ତାହା ରାଜ୍ୟ ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି ।
ଦୁଇ ଦେଶ ମଧ୍ୟରେ ଗୋଳା ବାରୁଦ ଫୋଫଡା ହେଉଥିବାରୁ ଏବେ ୟୁକ୍ରେନ ଆକାଶକୁ ନୋ ଫ୍ଲାଇିଂ ଜୋନ୍ ଭାବେ ଘୋଷଣା କରାଯାଇଛି ।ତେଣୁ ରୁଷର ଆକ୍ରମଣ ପୂର୍ବରୁ ଭାରତ ସରକାର ଆରମ୍ଭ କରିଥିବା ଉଦ୍ଧାର ପ୍ରକ୍ରିୟା ବନ୍ଦ ହୋଇଯାଇଛି । ଏହାପରେ ଗତକାଲି ବୈଦେଶିକ ମନ୍ତ୍ରାଳୟ କହିଛି ବୈଦେଶିକ ମନ୍ତ୍ରୀ ୟୁକ୍ରେନର ପଡୋଶୀ ଦେଶ ସହିତ କଥା ହୋଇ ଭାରତୀୟଙ୍କୁ ଆଣିବାକୁ ପ୍ରୟାସ ହେଉଛି ।