ଟଙ୍କା ପାଇବା ପାଇଁ କ୍ୟୁଆର କୋଡ ସ୍କାନ ବ୍ୟବହାର ନକରିବାକୁ ଏସବିଆଇ କରାଇଲା ସତର୍କ
ନୂଆଦିଲ୍ଲୀ: ଦେଶର ଅର୍ଥନୀତି ଏବେ ଡିଜଟାଲ ମୁହାଁ । ମୁଖ୍ୟତଃ କ୍ୟୁଆର କୋଡ ଆସିବା ପରେ ସ୍କାନ ଜରିଆରେ ନେଣଦେଣ ସହଜ ହେବାରୁ ଏହି କ୍ୟୁଆର ବ୍ୟବସ୍ଥା ଲୋକଙ୍କ ପାଖରେ ଆଦୃତ ହୋଇଚାଲିଛି । କିନ୍ତୁ କିଛି ଅସାଧୁ ବ୍ୟକ୍ତି ଏହାର ଫାଇଦା ନେଇ ଆର୍ଥିକ ଅପରାଧ କରିବାରେ ବ୍ୟସ୍ତ ହୋଇଯାଇଛନ୍ତି । ଏପରି ସ୍ଥିତିରେ ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ନିଜର ଗ୍ରାହକଙ୍କୁ ସତର୍କ କରାଇଛି। ଏପରି କରି ଏସବିଆଇ 44 କୋଟି ଗ୍ରାହକଙ୍କୁ ସତର୍କ କରାଇଛି।
ଏସବିଆଇ ଏକ ଟ୍ୱିଟ୍ କରି କହିଛି ଯେ, ଟଙ୍କା ପାଇବା ପାଇଁ ଆପଣଙ୍କୁ କ୍ୟୁଆର କୋଡ ସ୍କାନ କରନ୍ତୁ ନାହିଁ। କେବଳ ୟୁପିଆଇ ଜରିଆରେ ହିଁ ନେଣଦେଣ କରନ୍ତୁ ।
https://twitter.com/TheOfficialSBI/status/1495286034413752320?s=20&t=aQ9B_ONYPh_mgFHE4Dh_FQ
କ୍ୟୁଆର କୋଡ କ’ଣ?
କ୍ୟୁଆର କୋଡ ଭିତରେ କିଛି ଏନକ୍ରିପ୍ଟେଡ ସୂଚନା ଥାଏ; ଫୋନ୍ ନମ୍ବର ଥାଇପାରେ, ଗୋଟିଏ ୱେବସାଇଟର ଲିଙ୍କ୍ ଥାଇପାରେ, କୌଣସି ଆପର ଡାଉନ୍ଲୋଡ୍ ଲିଙ୍କ୍ ଥାଇପାରେ, ଯାହାକୁ ସ୍କାନ୍ କରି ଏହି ସୂଚନାକୁ ଡିକ୍ରିପ୍ଟ୍ କରାଯାଏ।
କ୍ୟୁଆର କୋଡକୁ କିପରି ବ୍ୟବହାର କରାଯାଏ?
ଏସବିଆଇ ପକ୍ଷରୁ କୁହାଯାଇଛି ଯେ, ସବୁବେଳେ ପେମେଣ୍ଟ କରିବା ପାଇଁ କ୍ୟୁଆର କୋଡ୍ ବ୍ୟବହାର କରାଯାଇଥାଏ, କିନ୍ତୁ ପେମେଣ୍ଟ ପାଇବା ଆଶାରେ କେବେ ବି କ୍ୟୁଆର କୋଡ୍ ସ୍କାନ୍ କରନ୍ତୁ ନାହିଁ, ଏହାଦ୍ୱାରା ଆପଣଙ୍କ ଆକାଉଣ୍ଟ ଖାଲି ହୋଇପାରେ, କ୍ୟୁଆର କୋଡ୍ ସ୍କାନ୍ କଲେ ଟଙ୍କା ମିଳିନାହିଁ ।
ଆପଣାନ୍ତୁ ଏହି ସୁରକ୍ଷା ଟିପ୍ସ
ଏସବିଆଇ ପକ୍ଷରୁ କୁହାଯାଇଛି ଯେ, କୌଣସି ପ୍ରକାର ପେମେଣ୍ଟ କରିବା ପୂର୍ବରୁ ନିଜର ୟୁପିଆଇ ଆଇଡିକୁ ଭେରିଫିକେସନ୍ କରନ୍ତୁ। ୟୁପିଆଇ ପିନ୍ କେବଳ ଟଙ୍କା ଟ୍ରାନ୍ସଫର କରିବା ପାଇଁ ଆବଶ୍ୟକ ହୋଇଥାଏ, ଗ୍ରହଣ କରିବା ପାଇଁ ନୁହେଁ। ଟଙ୍କା ପଠାଇବା ପୂର୍ବରୁ ସବୁବେଳେ ମୋବାଇଲ ନମ୍ବର, ନାଁ ଏବଂ ୟୁପିଆଇ ଆଇଡି ଭେରିଫିକେସନ୍ କରନ୍ତୁ। ୟୁପିଆଇ ପିନ୍ କେବେ ବି କାହା ସହ ସେୟାର କରନ୍ତୁ ନାହିଁ। ଏହି ସ୍କାନରକୁ ଫଣ୍ଡ ଟ୍ରାନ୍ସଫର ପାଇଁ ଠିକ୍ ଭାବେ ବ୍ୟବହାର କରିବା ଉଚିତ। ସରକାରୀ ସୂତ୍ର ବ୍ୟତୀତ ଅନ୍ୟ କାହାଠାରୁ ସମାଧାନର ବାଟ ଖୋଜନ୍ତୁ ନାହିଁ। ଯେକୌଣସି ଦେୟ କିମ୍ବା ବୈଷୟିକ ସମସ୍ୟା ପାଇଁ ଆପର ସହାୟତା ସେକ୍ସନକୁ ବ୍ୟବହାର କରନ୍ତୁ ଏବଂ ବ୍ୟାଙ୍କର ଅଭିଯୋଗ ସମାଧାନ ପୋର୍ଟାଲ https://crcf.sbi.co.in/ccf/ ମାଧ୍ୟମରେ କୌଣସି ଅସଙ୍ଗତି ଦେଖାଦେଲେ ଏହାର ସମାଧାନ କରନ୍ତୁ।