ବେଆଇନ ମଦ କାରବାର ମାମଲାରେ ପୂର୍ବତନ ସରପଞ୍ଚଙ୍କ ସମେତ ଦଶ ଗିରଫ
ଝାରସୁଗୁଡା: ପଂଚାୟତ ନିର୍ବାଚନ ବେଳେ ବେଆଇନ ମଦ ବିକ୍ରି ଉପରେ ରୋକ୍ ଲଗାଇବାକୁ ପ୍ରଶାସନ ଜୋରଦାର ପ୍ରସ୍ତୁତି ଚଳାଇଛି । ଏହି କ୍ରମରେ ସୋମବାର ସକାଳେ ଅବକାରୀ ଅଧିକାରୀ ଏବଂ ବେଲପାହଡ ପୋଲିସ ଅଧିକାରୀଙ୍କ ମିଳିତ ଟିମ୍ ଚଢାଉ କରି ବେଲପାହଡ ପୋଲିସ ଷ୍ଟେସନ ଅନ୍ତର୍ଗତ ମୋହନପୁର ଗାଁର ବିଭିନ୍ନ ଘରେ ଚଢାଉ କରି 300 ଲିଟର ଦେଶ ମଦ ଜବତ କରିବା ସହ 4,000 ମହୁଆ ଫୁଲ ନଷ୍ଟ କରିଛି। ଏଥିସହ ଦେଶୀ ମଦ ପ୍ରସ୍ତୁତିରେ ବ୍ୟବହୃତ ବାସନକୁସନ ମଧ୍ୟ ଜବତ କରାଯାଇଛି।
ଏହି ଚଢାଉ ସମୟରେ ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଲକ ଅନ୍ତର୍ଗତ ପିପିଲିମାଲ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଙ୍କ ପତ୍ନୀଙ୍କ ସମେତ ଅବକାରୀ ଅଧିକାରୀମାନେ 10 ଜଣଙ୍କୁ ଗିରଫ କରିଛନ୍ତି ।
ଗିରଫ ପରେ ଜିଲ୍ଲାର ଅବକାରୀ ଅଧିକାରୀ ଦିଲୀପ ପଲାଇ କହିଛନ୍ତି ଯେ “ସୋମବାର ଆମ ଟିମ୍ ବେଆଇନ ମଦ କାରବାର ବାବଦରେ ସୂଚନା ପାଇଥିଲା । ଏହାପରେ ବେଲପାହଡ ଅବକାରୀ ଅଧିକାରୀ ଏବଂ ପୋଲିସର ମିଳିତ ଚଢାଉ ହୋଇଥିଲା ମୋହନପୁର ଗାଁରେ । ଯେଉଁଠି ବିଭିନ୍ନ ଘରେ ଚଢାଉ କରି 4 ହଜାର ଲିଟର ଦେଶ ମଦ ଜବତ କରିଛନ୍ତି। ଦେଶୀ ମଦ ପ୍ରସ୍ତୁତିରେ ବ୍ୟବହାର ହେଉଥିବା ମହୁଆ ଫୁଲ ସହିତ ବାସନକୁସନ ଜବତ ହୋଇଛି। ଏହି ମାମଲାରେ 10 ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ”
ସୂଚନା ଅନୁଯାୟୀ ଗିରଫ ହୋଇଥିବା ମାଳତି ଡିଜି ମଧ୍ୟ 2012-2017 ମଧ୍ୟରେ ପିପିଲିମାଳର ପୂର୍ବତନ ସରପଞ୍ଚ ଥିଲେ। ବର୍ତ୍ତମାନର ପଞ୍ଚାୟତ ନିର୍ବାଚନରେ ପିପିଲିମାଲ ଗ୍ରାମ ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ମଲ୍ଟି ଡିଜିଙ୍କ ସ୍ୱାମୀ ମଙ୍ଗଲ ଡିଜି ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।