ଆଜିଠୁ ବଦଳିବ ପାଣିପାଗର ମିଜାଜ, ସତର୍କ କରାଇଲା ପାଣିପାଗ କେନ୍ଦ୍ର
ଭୁବନେଶ୍ୱର: ପଶ୍ଚିମା ଝଡ଼ର ପ୍ରଭାବରେ ଆଜିଠୁ ବଦଳିବ ରାଜ୍ୟର ପାଣିପାଗ ମିଜାଜ । ଏହାର ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ 7 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଯେଉଁଥିରେ ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲା ରହିଛି । ଏହି ସବୁ ଜିଲ୍ଲାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ପାଣିପାଗ କେନ୍ଦ୍ର ଟ୍ୱିଟ୍ କରି କହିଛି, ବଙ୍ଗୋପସାଗରରୁ ଓଡିଶା ମୁହାଁ ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଆସିଥିବାରୁ ଆଜି ଉତ୍ତର-ଆଭ୍ୟନ୍ତରୀଣ ଓଡ଼ିଶାର ୭ ଜିଲ୍ଲାକୁ ବିଜୁଳି ଘଡଘଡି ପାଇଁ ଚେତାବନୀଆସନ୍ତା କାଲି ୪ ତାରିଖରେ ଉତ୍ତର ଓଡ଼ିଶାର ୧୩ ଜିଲ୍ଲାରେ ବିଜୁଳି ଘଡଘଡି ଏବଂ ୯ ଜିଲ୍ଲାରେ କୁଆପଥର ବର୍ଷା ପାଇଁ ସତର୍କ କରାଯାଉଛି।
ସେହିପରି ଆସନ୍ତାକାଲି ଏକାଧିକ ଜିଲ୍ଲାରେ ମଧ୍ୟ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଆସନ୍ତାକାଲି ଉତ୍ତର ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ଜଣାପଡିଛି।
????????? ??? ???…. ??????? ????? ???
???????????? ?? ????? ????? ???? ????????? ??????? ????
????? ?????-?????????? ??????? ? ???????? ?????? ????? ???? ???????
???????? ???? ? ??????? ????? ??????? ?? ???????? ?????? ????? ??? ? ???????? ?????? ????? ???? ???????
— Meteorological Centre, Bhubaneswar (@mcbbsr) February 3, 2022