ରାଜ୍ୟ ପାଇଁ ଚିନ୍ତା ପାଲଟିଛି ଏହି ସବୁ ଜିଲ୍ଲା
ଭୁବନେଶ୍ୱର: ଦେଶରେ ସଂକ୍ରମଣ ବଢିବା ସହ ରାଜ୍ୟରେ ମଧ୍ୟ ସଂକ୍ରମଣ ବଢୁଛି । ମୁଖ୍ୟତଃ ରାଜ୍ୟର 4 ରୁ 5ଟି ଜିଲ୍ଲାରେ ଅଧିକା ସଂକ୍ରମଣ ବଢୁଛି। ଏହାସହ ସବୁ ଜିଲ୍ଲାରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଲେଣି ।
ରାଜ୍ୟରେ 4829 ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ 2823 ଏବଂ ସ୍ଥାନୀୟ ଅଂଚଳରୁ 2006 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଦା ଜିଲ୍ଲାରୁ ସର୍ବାଧିକ 933 ଜଣ, ସୁନ୍ଦରଗଡରୁ 869, ସମ୍ବଲପୁର 644, କଟକରୁ 401, ବାଲେଶ୍ୱର 210, ଝାରସୁଗୁଡା 189, ମୟୁରଭଞ୍ଜରୁ 162 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 20 ହଜାର ଉପରେ ରହିଛି ।
ଦେଶ ତଥା ରାଜ୍ୟରେ କରୋନା ସଂକ୍ରମଣ ବଢି ଚାଲିଛି । ଦିଲ୍ଲୀ ଓ ମହାରାଷ୍ଟ୍ରରେ କିଛି ବିଶେଷଜ୍ଞ କହିଛନ୍ତି ଜାନୁଆରୀ 15 ସୁଦ୍ଧା ଶୀର୍ଷରେ କରୋନା ଛୁଇଁବ । ସେହି ଅନୁସାରେ ଆମର ତାର 10 ରୁ 15 ଦିନ ଭିତରେ ଶୀର୍ଷରେ ନେବାର ସମ୍ଭାବନା ରହିଛି। ଏହା ଭିତରେ ଆମ ଟେଷ୍ଟ ସର୍ଭିଲାନ୍ସ, ଟିକା କରଣକୁ ମଧ୍ୟ ବଢା ଯାଇଛି। ଯେଉଁଭଳି ଭାବେ ଏବେ ସଂକ୍ରମଣ ବଢୁଛି ଲୋକ ତାକୁ ହାଲୁକା ନ ନେଇ ସଜାଗ ହେବା ଆବଶ୍ୟକ। ସ୍ଥିତି ଉପରେ ସରକାର ନଜର ରଖିଛନ୍ତି। ଏପଟେ ଟେଷ୍ଟିଂ କିଟକୁ ନେଇ କଳାବଜାରୀ ବଢ଼ୁଥିବାରୁ ଆଇସିଏମଆର ଦ୍ଵାରା ଅନୁବନ୍ଧିତ କିଟରେ ଟେଷ୍ଟ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।