?????

ଝାରସୁଗୁଡାରେ ଓୟୁଜେର ସୁବର୍ଣ ଜୟନ୍ତୀ ଉତ୍ସବ

ଝାରସୁଗୁଡା: ଓଡିଶା ୟୁନିୟନ ଅଫ୍ ଜର୍ଣାଲିଷ୍ଟ (ଓୟୁଜେ) ଝାରସୁଗୁଡା ଜିଲ୍ଲା ଶାଖା ପକ୍ଷରୁ ସଂଘର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସୁବର୍ଣ ଜୟନ୍ତୀ ଉତ୍ସବ ହୋଟେଳ ମେଘଦୁତରେ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ସମ୍ବାଦିକଙ୍କ ସାମାଜିକ ସୁରକ୍ଷା ଏକାନ୍ତ ଆବଶ୍ୟକ ବୋଲି ବକ୍ତା ମାନଙ୍କ ମଧ୍ୟରେ ମତପ୍ରକାଶ ପାଇଥିଲା । ଜିଲ୍ଲା ସଭାପତି ବ୍ୟାସଦେବ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ ମୂଖ୍ୟଅତିଥି ଓ ବରଗଡ ସାଂସଦ ସୁରେଶ ପୂଝାରୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ଏଥିରେ ଓୟୁଜେ ରାଜ୍ୟ ସଭାପତି ତଥା ପ୍ରେସ କାଉନସିଲ ଅଫ୍ ଇଣ୍ଡିଆର ସଦସ୍ୟ ପ୍ରସନ୍ନ କୁମାର ମହାନ୍ତି ମୂଖ୍ୟବକ୍ତା ଭାବରେ ଯୋଗଦେଇ ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ଉପସ୍ଥାପନ କରିଥିଲେ ।

ମୁଖ୍ୟତଃ ସାମ୍ବାଦିକ ମାନଙ୍କୁ ରାଜ୍ୟ ସରକାର ଦେଇଥିବା ସ୍ୱାସ୍ଥ୍ୟ ବୀମାକୁ ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବା ଓ ଏଥିରେ ସାମ୍ବାଦିକଙ୍କ ପିତାମାତା ଙ୍କୁ ସାମିଲ କରିବା ପାଇଁ ଶ୍ରୀ ମହାନ୍ତି ଦାବୀ ଜଣାଇଥିଲେ । ଏହାସହ ସମ୍ବାଦିକ ସୁରକ୍ଷା ଆଇନକୁ ଦେଶରେ ଲାଗୁ କରିବା ପାଇଁ ସଂସଦ ଅଧିବେଶନ ରେ ଉପସ୍ଥାପନ କରିବା ପାଇଁ ସାଂସଦ ସୁରେଶ ପୂଝାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏ ଅବସରରେ ମୂଖ୍ୟ ଅତିଥି ନବ ଦାସ ସାମ୍ବାଦିକ ମାନେ ନିରପେକ୍ଷ ସାମ୍ବାଦିକତା କରିବା ପାଇଁ ପରାମର୍ଶ ଦେବାସହ ସଂଘର ଦାବୀକୁ ସେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ ।

ଏହାସହ ସମ୍ମାନିତ ଅତିଥି ସାଂସଦ ସୁରେଶ ପୂଝାରୀ ସାମ୍ବାଦିକ ମାନେ କେବଳ ସମାଜର ଉନ୍ନତି ପାଇଁ କାମ କରିବା ସହ ଖବରକୁ ଅତିରଞିତ କରି ପ୍ରକାଶନ ନକରିବାକୁ ପରାମର୍ଶ ଦେଇଥିଲେ ଓ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା ପାଇଁ ସଂସଦରେ ଉପସ୍ଥାପନ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସାଧାରଣ ସଂପାଦକ ଅଶୋକ ନନ୍ଦ ଓୟୁଜର ସଂଘର୍ଷ ବିଷୟରେ ବଣ୍ୟନା କରିଥିଲେ ।

ଏଥିରେ ରାଜ୍ୟ ଉପସଭାପତି ଉପନ ସାହୁ ଓ କିସାନ ରାଉତ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ଜିଲ୍ଲା ସାଧାରଣ ସଂପାଦକ ଭରତ ପାତ୍ର ବିବରଣୀ ପଠନ କରିଥିଲେ । ଏ ଅବସରରେ ରାଜ୍ୟ ସଭାପତି ପ୍ରେସ କାଉନସିଲ ଅଫ୍ ଇଣ୍ଡିଆର ସଦସ୍ୟ ମନୋନୀତ ହୋଇଥିବାରୁ ତାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହାସହ ସମସ୍ତ ଅତିଥି ମାନଙ୍କୁ ମଧ୍ୟ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏ ଅବସରରେ ସମାଜରେ ଉଲ୍ଲେଖନୀୟ କାଯ୍ୟ,ଜନସେବା,ମହତ୍ କାର୍ଯ୍ୟ ପାଇଁ କୋଲାବିରା ବ୍ଲକରୁ ସଂଗଠନ ସେବାର ସଂପାଦକ ସୁଶିଲ କୁମାର ଦାଶ, କିର୍ମିରା ବ୍ଲକ ଅଧ୍ୟକ୍ଷ ତେଜରାଜ ସାହୁ,ବ୍ରଜରାଜନଗରରୁ ଅର୍ଜୁନ ଧଳ, ଲଇକେରା ବ୍ଲକରୁ ସମିତିସଭ୍ୟା ସୁକାନ୍ତୀ ଜୟପୁରିୟା ଓ ସମାଜସେବୀ ଅନିଲ ନାଏକ ଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।

ଏହାସହ ଝାରସୁଗୁଡା ଜିଲ୍ଲାର ପୂର୍ବତନ ସଭାପତି ସାମ୍ବାଦିକ ସ୍ୱର୍ଗତ  ବାସୁଦେବ ପଣ୍ଡା ଙ୍କ ସ୍ମୃତିରେ ଓୟୁଜେର ରାଜ୍ୟର ୩୦ ଜିଲ୍ଲା ଶାଖାର ସମସ୍ତ ସଭାପତି ଓ ସାଧାରଣ ସଂପାଦକ ମାନଙ୍କୁ ବାସୁ ପଣ୍ଡା ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମକୁ କବି ତୈଲୋକ୍ୟନାଥ ମହାପାତ୍ର ପରିଚାଲନା କରିଥିବା ବେଲେ ସଭ୍ୟ ଦେବେନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

ଏଥିରେ ଝାରସୁଗୁଡା ଜିଲ୍ଲା ସଂଘର ଉପସଭାପତି ରିତେଶ ଶର୍ମା,ଉପସଭାପତି ବନବାସୀ ଗୌଡ, ପୂର୍ବତନ ସଭାପତି ତ୍ରିଲୋଚନ ଦାଶ, ଜୀବନ ମହାନ୍ତି,ପ୍ରତାପ କେସରୀ ସିଂ,ପ୍ୟାରେଲାଲ ଶ୍ରୀବାସ୍ତବ,ଭିକୁ ତିବାରି,ସଞୟ ପାଣିଗ୍ରାହୀ,କୁଞ ପଟେଲ,ଡିଲେଶ୍ୱର ବାଗ,ଅର୍ତ୍ତ ସାହୁ, ବିଜୟ ସାହୁ, ମହେନ୍ଦ୍ର ସାଏ, ଆକୁଲି ବେହେରା,ଲକ୍ଷ୍ମିକାନ୍ତ ସାହୁ, ଜୀବନ କଲ୍ୟାରି,ବିକ୍ରମ ମହାପାତ୍ର,ଭାଗିରଥି ସାହୁ, ସୁକାନ୍ତ ସାହୁ,କିର୍ତ୍ତିଚନ୍ଦ୍ର ବହିଦାର,ପ୍ରକାଶ ପଧାନ,ମନୋଜ ସାହୁ,ସଞୟ ବାହୁବଲେନ୍ଦ୍ର,ବିଜୟ ବରାଳ,ଅଜୟ ଶର୍ମା ପ୍ରମୁଖଙ୍କ ସହ ଅନ୍ୟ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Related Articles

Leave a Reply

Back to top button
error: Content is protected !!