ଆଜିଠୁ ଆରମ୍ଭ ହେଲା କଂଗ୍ରେସର ସଭ୍ୟ ସଂଗ୍ରହ ଅଭିଯାନ
ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଲା ଓଡିଶା କଂଗ୍ରେସର ସଭ୍ୟ ସଂଗ୍ରହ ଅଭିଯାନ । ଆସନ୍ତା ମାର୍ଚ୍ଚ 30 ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ । 5 ଟଙ୍କା ଦେଇ 5 ବର୍ଷ ପର୍ଯ୍ୟନ୍ତ ଦଳ ର ସଭ୍ୟ ହୋଇଛନ୍ତି ବିଭନ୍ନ ଅଂଚଳରୁ ଆସିଥିବା କର୍ମୀ ଓ ନେତା । ଏହି ଅବସର ରେ ରାଜ୍ୟ କଂଗ୍ରେସ ଭାବନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।ଯେଉଁଥିରେ ପ୍ରଭାରୀ ଚେଲ୍ଲା କୁମାର, ସହ ପ୍ରଭାରୀ ରୁଦ୍ର ରାଜୁ ଓ ପିସିସି ସଭାପତିଙ୍କ ସହ ଦଳର ସାଂସଦ ବିଧାୟକ ଓ ବରିଷ୍ଠ ନେତା ଏକାଠି ହୋଇଥିଲେ ।
??????? ???????? ???? ?????? ?????? ????? ????? #StrongerTogether #JoinCongressSaveIndia pic.twitter.com/OzDHhgK6TY
— Odisha Congress (@INCOdisha) November 1, 2021
ଏହି ଅବସରରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର । ରାଜ୍ୟର ସମସ୍ତ ବିକାଶ ମୂଳକ କାର୍ଯ୍ୟ ତଥା ବନ୍ଦର ଓ କାରଖାନା କଂଗ୍ରେସ ସରକାର ସମୟରେ ହୋଇଥିବା ବେଳେ ନବୀନ ସରକାର ସମୟରେ ବେକାରୀ ବଢ଼ିଛି ବୋଲି କହିଥିଲେ । ସେହିପରି 2 କୋଟି ରୋଜଗାର ଓ ଦର ଦାମ ବୃଦ୍ଧି କୁ ନେଇ କେନ୍ଦ୍ର ସରକାର ମଧ୍ୟ ଟାର୍ଗେଟ କରିଛନ୍ତି ଚେଲ୍ଲା । ଗାଁ ଗାଁ କୁ ଯାଇ ସଭ୍ୟ ସଂଗ୍ରହ ଅଭିଯାନ ତ୍ୱରାନ୍ୱିତ କରିବା ସହ 2024 ରେ କଂଗ୍ରେସ ସରକାର କରିବ ବୋଲି କହିଛନ୍ତି ।