?????

ଆଗକୁ ତିନି ମାସ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ: ଡିଏମଇଟି

ଭୁବନେଶ୍ୱର: ବର୍ତ୍ତମାନ ପାର୍ବଣ ଋତୁ ଆରମ୍ଭ ହେଲା, ଏହି ସମୟରେ ଭିଡ଼ ଭାଡ଼ ଆରମ୍ଭ ହୋଇଥାଏ। ତେଣୁ କରୋନା ସଂକ୍ରମଣକୁ ଆଖି ଆଗରେ ଦେଖିବାକୁ ଗଲେ ଏହି ତିନିମାସ ଗୁରୁତ୍ୱପୂର୍ଣ୍ଣ ବୋଲି ଡିଏମଇଟି କହିଛନ୍ତି । ଗୁରୁବାର କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ସମାନ କଥା କହିବା ପରେ ଏପରି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି ।

ସେ କହିଛନ୍ତି ଭିଡ ଭାଡ ସ୍ଥାନରେ ଲୋକମାନେ କରୋନା ନିୟମ ଠିକ୍ ଭାବରେ ପାଳନ କରିବା ଦରକାର। ସଂକ୍ରମଣ କମିଛି ଏହାର ଅର୍ଥ ନୁହେଁ ବଢ଼ିବ ନାହିିଁ । ତେଣୁ ଲୋକମାନେ ସାମିଜକ ଦୂରତା, ମାସ୍କ ଆଦି ନିୟମକୁ ଠିକ୍ ଭାବରେ ପାଳନ କରିବା ଦରକାର । ଏ ଦିଗରେ ଲୋକଙ୍କୁ ସଚେତନ କରାଯାଉଛି। କୋଭିଡ଼ ଆପ୍ରୋପ୍ରିଏଟ ବିହେଭିଅର କେମିତି ପାଳନ ହେବ ତାହା ଗୁରୁତ୍ୱପୂର୍ଣ୍ଣ। ଭ୍ୟାକ୍ସିନେସନ ପ୍ରୋଗ୍ରାମ ଆଗେଇ ଚାଲିଛି। ଯେତିକି ଭ୍ୟାକ୍ସିନ ମିଳୁଛି କିଭଳି ଲୋକଙ୍କ ପାଖରେ ପହଞ୍ଚିବ ସେନେଇ କାର୍ଯ୍ୟ ଚାଲୁଛି। କିନ୍ତୁ ଲୋକଙ୍କ ସହଯୋଗର ଆବଶ୍ୟକତା ରହିଛି। ଭୁବନେଶ୍ୱର ହେଉଛି ହେଲଥ ହବ। ରାଜ୍ୟର ସମସ୍ତ ସ୍ଥାନରୁ ଏବଂ ରାଜ୍ୟ ବାହାରୁ ଲୋକ ଆସୁଛନ୍ତି। ହସ୍ପିଟାଲ ଯିବା ପୁର୍ବରୁ ସମସ୍ତଙ୍କ ସ୍କ୍ରିନିଂ ହେଉଛି। ଭୁବନେଶ୍ୱର ରାସ୍ତା ଘାଟ ବଜାର ଭିଡ ହେଉଛି। ଟ୍ରେସିଂ ଅଧିକ ହେଉଥିବାରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସେଥିପାଇଁ ସଂକ୍ରମିତ ଅଧିକ ରହୁଛନ୍ତି ବୋଲି ସିବିକେ ମହାନ୍ତି କହିଛନ୍ତି।

ସେହିପରି ଦ୍ୱିତୀୟ ଡୋଜ ଟୀକା ନେବା ପାଇଁ ଲୋକେ ଆଗ୍ରହ ଦେଖାଉ ନାହାନ୍ତି। ମାତ୍ର 68 ଲକ୍ଷ ଅର୍ଥାତ 28 ପ୍ରତିଶତ ଲୋକ ନେଇଛନ୍ତି ଦ୍ୱିତୀୟ ଡୋଜ ଟୀକା। ଯେଉଁମାନେ ଦ୍ୱିତୀୟ ଡୋଜ ନେବା କୁ ଭୁଲି ଯାଉଥିବା ଲୋକଙ୍କୁ ମେସେଜ ଦିଆଯାଉଛି। ଏଣିକି ଜିଲ୍ଲା ସ୍ତରରେ ଦ୍ୱିତୀୟ ଡୋଜ ନ ନେଉଥିବା ଲୋକଙ୍କର ତାଲିକା ପ୍ରକାଶ କରାଯିବ। ସେମାନଙ୍କୁ ଦ୍ୱିତୀୟ ଡୋଜ ଟୀକା ନେବା ପାଇଁ ସଚେତନ କରାଯିବ। ଶୁକ୍ରବାର ପର୍ଯ୍ୟନ୍ତ 2 କୋଟି 67 ଲକ୍ଷ ଟୀକା କରଣ ହୋଇଛି। ପ୍ରଥମ ଡୋଜ 1 କୋଟି 98 ଲକ୍ଷ ଦିଆଯାଇଛି ଅର୍ଥାତ 64 ପ୍ରତିଶତ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି।

Related Articles

Leave a Reply

Back to top button
error: Content is protected !!