?????
ସାମାଜିକ କର୍ମୀ କୈଳାସନାଥ ମୁନ୍ଦ୍ରାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ

ଝାରସୁଗୁଡା: ସାମାଜିକ କର୍ମୀ ତଥା ବ୍ୟବସାୟୀ କୈଳାସନାଥ ମୁନ୍ଦ୍ରାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ମଙ୍ଗଳବାର ହୋଟେଲ ମୋହିନୀ ରୋଏଲେରେ ତାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଆୟୋଜିତ ହୋଇଥିଲା। ସ୍ଥାନୀୟ ଲୋକେ ଏହି ଅବସରରେ ଯୋଗ ଦେଇ କୈଳାସନାଥଙ୍କ ଉଦ୍ଦେଶ୍ୟରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
ଏହି ଅବସରରେ ସ୍ଥାନୀୟ ଲୋକମାନେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ରମେଶ ଗାନ୍ଧୀ, ଡାକ୍ତର ପ୍ରଭାତ ଜେନା, ଆଇନଜୀବୀ ଦୀନେଶ ଜୈନ, ଡାକ୍ତର ଦେସୋହଲୋକ ଶର୍ମା, ଡାକ୍ତର ସାନ୍ତୋଷ କେଡିଆ, ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ଟଙ୍କଧର ତ୍ରିପାଠୀ, ରଂଜନ ପଣ୍ଡା, ଚୁନିଲାଲ କାକାନି, ଅର୍ଜୁନ ମୋରେ, ସୁରେଶ ବୋଣ୍ଡିଆ ଏବଂ ଅନ୍ୟାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।