?????
ସର୍ବାଧିକ ବର୍ଷା ହୋଇଥିବା ଦେଶର 10ଟି ସ୍ଥାନରୁ ଓଡ଼ିଶାର ସର୍ବାଧିକ 5ଟି
ଭୁବନେଶ୍ୱର: ତିନି ଦିନ ହେବ ସାରା ଦେଶରେ ମୌସୁମୀ ସକ୍ରିୟ ହୋଇଯାଇଛି। ଓଡ଼ିଶାରେ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପାଇଁ ମୌସୁମୀ ବାୟୁ ସକ୍ରିୟ ହୋଇଯାଇଛି। ଯାହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି। ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟର ରିପୋର୍ଟ ଅନୁଯାୟୀ ଗୁରୁବାର ସକାଳ 8ରୁ ଶୁକ୍ରବାର ସକାଳ 8 ସୁଦ୍ଧା ସର୍ବାଧିକ ବର୍ଷା ହୋଇଥିବା 10ଟି ସ୍ଥାନରେ ଓଡ଼ିଶା ରହିଛି।
ଦେଶରେ ସର୍ବାଧିକ ବର୍ଷା ହେଉଥିବା ସ୍ଥାନରେ ମହାରାଷ୍ଟ୍ରର ମହାବଳିପୁରମ୍ ରହିଛି। ଶୁକ୍ରବାର ସକାଳ 8ଟା ସୁଦ୍ଧା 594 ମିଲିମିଟର ବର୍ଷା ରେକର୍ଡ ହୋଇଛି। ଏହା ତଳକୁ 2ୟ ସ୍ଥାନରେ ଓଡ଼ିଶାର ବୌଦ୍ଧ। ଏଠାରେ 177 ମିଲିମିଟର ବର୍ଷା ହୋଇଛି । 3ୟ ସ୍ଥାନରେ ରହିଛି ଓଡ଼ିଶାର ଚାନ୍ଦବାଲି। ଏଠାରେ 156 ମିଲିମିଟର ବର୍ଷା ହୋଇଛି।
ରାଜ୍ୟରେ ସର୍ବାଧିକ 5ଟି ସ୍ଥାନରେ ହୋଇଥିବା ସ୍ଥାନ ହେଉଛି ବୌଦ୍ଧ, ଚାନ୍ଦବାଲି, ପୁରୀ, ସୋନପୁର ଓ ପାରାଦୀପ। କହିରଖୁଛୁ ମହାରାଷ୍ଟ୍ରରେ ଅବିଶ୍ରାନ୍ତ ବର୍ଷା ଯୋଗୁଁ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।