?????
ଦେହରେ ମାସେରୁ ଅଧିକ ସମୟ ରହୁଛି କରୋନା ସଂକ୍ରମଣ: ଆଇଏଲଏସ ନିର୍ଦ୍ଦେଶକ
ଭୁବନେଶ୍ୱର: ମଣିଷ ଦେହରେ ମାସେରୁ ଅଧିକ ସମୟ ହେବ ରହୁଛି କରୋନା ଭାଇରସ। ପ୍ରଥମ ଲହର ବେଳେ 15 ଦିନ ରହୁଥିଲା ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିିଥିଲେ। ହେଲେ ଦ୍ୱିତୀୟ ଲହର ବେଳେ ଡେଲଟା ଭାଇରସ ମାସେରୁ ଅଧିକ ସମୟ ହେବ ମଣିଷ ଶରୀରରେ ରହୁଛି ବୋଲି ଗୁରୁବାର ଆଇଏଲଏସ ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡା ଏହି ସୂଚନା ଦେଇଛନ୍ତି।
ଡାକ୍ତର ପରିଡ଼ା କହିଛନ୍ତି, ଡେଲଟା ଭାଇରସ ଯୋଗୁଁ ଦ୍ୱିତୀୟ ଲହର ବେଳେ ସଂକ୍ରମଣ ହାର ବଢ଼ିଥିଲା। ଲୋକମାନେ ଯଦି ନିୟମ ନମାନିବେ ତାହେଲେ ଆଗାମୀ ଦିନରେ ତୃତୀୟ ଲହର ଆସିବାର ସମ୍ଭାବନା ଅଧିକ ବୋଲି ଅଜୟ ପରିଡା କହିଛନ୍ତି।