?????
ଧାରା 66-ଏକୁ ଲାଗୁ ନକରିବାକୁ ନିର୍ଦ୍ଦେଶନାମା ଜାରି କଲା ରାଜ୍ୟ

ନୂଆଦିଲ୍ଲୀ/ଭୁବନେଶ୍ୱର: ମାର୍ଚ୍ଚ 24, 2015ରେ ଆଇଟି ଆକ୍ଟର ଧାରା ୬୬-ଏ ରଦ୍ଦ ହୋଇସାରିଛି। ହେଲେ ଏହାପରେ ବି ଦେଶରେ ଏହି ଧାରା ବ୍ୟବହାର ହେଉଥିଲା। ଏହାକୁ ନେଇ ସୁପ୍ରିମକୋର୍ଟ ନିକଟରେ ଚିନ୍ତା ପ୍ରକଟ କରିଥିଲେ। ଏ ସଂକ୍ରାନ୍ତରେ କେନ୍ଦ୍ର ଓ ରାଜ୍ୟକୁ ରିପୋର୍ଟ ମାଗିଥିଲେ। ପରେ ବୁଧବାର କେନ୍ଦ୍ର ଗୃହ ସଚିବ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଥିଲେ ଏହି ଧାରା ବ୍ୟବହାର ନକରିବାକୁ। ଯଦି ଏହି ଧାରାରେ ମାମଲା ରୁଜୁ ହୋଇଛି ତାହେଲେ ମାମଲା ରଦ୍ଦ କରିବାକୁ କହିଥିଲେ।
ଏହାପରେ ଆଜି ରାଜ୍ୟ ସରକାର ମଧ୍ୟ ସମସ୍ତ ପୁଲିସ ଷ୍ଟେସନ, ଜିଲ୍ଲାପାଳଙ୍କ ଅଫିସକୁ ଟିଠି ଲେଖି ଅବଗତ କରାଇଛନ୍ତି। ମୁଖ୍ୟତଃ ଯେଉଁମାନେ ଫେସବୁକରେ କିଛି ପୋଷ୍ଟ କରୁଛନ୍ତି ସେମାନଙ୍କ ବିରୋଧରେ ମାମଲା ରୁଜୁ କରିବା ବେଳେ ପୁଲିସ ଧାରା ୬୬-ଏ କୁ ବ୍ୟବହାର କରୁଛି। ଯାହାକି ଦେଶବାସୀଙ୍କ ସ୍ୱାଧୀନ ଚିନ୍ତାଧାରାକୁ ରୋକୁ ଥିଲା। ଏହାପରେ ସର୍ବୋଚ୍ଚ କୋର୍ଟ ଏହି ମାମଲାକୁ ରଦ୍ଦ କରିଛନ୍ତି।