?????
ବଢ଼ୁଛି ଟିକା ସଙ୍କଟ, ଶନିବାର 10 ଜିଲ୍ଲାରେ ବନ୍ଦ ରହିବ ଟିକାକରଣ
ଭୁବନେଶ୍ୱର: କରୋନାର ତୃତୀୟ ଲହରକୁ ଦେଖି ଟିକାକରଣ ଜୋରଦାର କରିବା ପାଇଁ କେନ୍ଦ୍ର ସରକାର କରିବେ ବୋଲି ରୋଡ୍ ମ୍ୟାପ ତିଆରି କରିଛନ୍ତି। ହେଲେ ଏହାର ଉଦ୍ଦେଶ୍ୟ ସେତେବେଳେ ଜଣାପଡ଼ିବ ଯେତେବେଳେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଟିକାକରଣ ବନ୍ଦ ରହୁଥିବାର ଚିତ୍ର ସାମ୍ନାକୁ ଆସିବ। ରାଜ୍ୟକୁ କୋଭିଶିଲ୍ଡ ଟିକା କମ୍ ଆସୁଥିବାରୁ ରାଜ୍ୟରେ ଟିକାକରଣ ହୋଇପାରୁନି। ତେଣୁ ଶନିବାର 10ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ।
ବାଲେଶ୍ୱର, ଯାଜପୁର, କଳାହାଣ୍ଡି ଢେଙ୍କାନାଳ, କେନ୍ଦ୍ରାପଡା, କୋରାପୁଟ, ମାଲକାନଗିରି, ନୟାଗଡ଼, ନୂଆପଡା, ସୋନପୁରରେ ଟିକାକରଣ ହେବନି ବୋଲି ଜଣାପଡି଼ଛି। ଭୁବନେଶ୍ୱର ଓ ଗଞ୍ଜାମରେ କୋଭାକ୍ସିନ ଟିକା ଦିଆଯାଉଥିବାବେଳେ ବାକି ଜିଲ୍ଲାରେ କୋଭିସିଲ୍ଡ ଟିକା ଦିଆଯାଉଛି।