?????

କୋଭିଡର ସମ୍ଭାବ୍ୟ ତୃତୀୟ ଲହର, ପ୍ରତି ଜିଲ୍ଲାରେ ହେବ ଛୋଟ ଛୁଆଙ୍କ ପାଇଁ ଚିକିତ୍ସା କେନ୍ଦ୍ର

ନୂଆଦିଲ୍ଲୀ: COVID-19 ମହାମାରୀର ସମ୍ଭାବ୍ୟ ତୃତୀୟ ଲହର ପୂର୍ବରୁ ଗୁରୁବାର ପ୍ରଥମ କ୍ୟାବିନେଟ ବୈଠକ ବସିଥିଲା। ବୈଠକ ପରେ ନୂଆ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଦେଶର ସମସ୍ତ 736 ଟି ଜିଲ୍ଲାରେ ଛୋଟ ଛୁଆଙ୍କ ପାଇଁ ଚିକିତ୍ସା କେନ୍ଦ୍ର (ପେଡିଆଟ୍ରିକ୍ କେନ୍ଦ୍ର) ଖୋଲାଯିବ। ମହାମାରୀର ସମ୍ଭାବ୍ୟ ତୃତୀୟ ଲହରର ପିଲାମାନଙ୍କ ଉପରେ ଅଧିକ ହେବ ବୋଲି ଆଶଙ୍କା କରାଯାଉଛି। ଏସବୁକୁ ଦୃଷ୍ଟିରେ ରଖି ସାରା ଦେଶରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ସୁବିଧା ସୁଦୃଢ଼ କରିବା ପାଇଁ କେନ୍ଦ୍ର ଶୁକ୍ରବାର ଦିନ 23,000 କୋଟି ଟଙ୍କାର ଦ୍ୱିତୀୟ ଜରୁରୀକାଳୀନ କୋଭିଡ ପ୍ୟାକେଜ୍ ଘୋଷଣା କରିଛି।

ନୂଆ ଭାବେ ନିଯୁକ୍ତ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ କହିଛନ୍ତି ଯେ ଏବେ 20,000 ଆଇସିୟୁ ବେଡ୍ ସ୍ଥାପନ କରିବାକୁ କେନ୍ଦ୍ର ଲକ୍ଷ୍ୟ ରଖିଛି, ସେଥିମଧ୍ୟରୁ 20 ପ୍ରତିଶତ ଶିଶୁ ଆଇସିୟୁ ବେଡ୍ ରହିବ। ବିଶେଷକରି ଗ୍ରାମାଞ୍ଚଳ, ସେମି-ସହରାଞ୍ଚଳ ଏବଂ ଆଦିବାସୀ ଅଞ୍ଚଳରେ ଅତିରିକ୍ତ ବେଡ୍ ଯୋଡିବା ପାଇଁ ପୂର୍ବ-ନିର୍ମିତ ସଂରଚନା ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଛି।

ଆବଶ୍ୟକତା ଅନୁଯାୟୀ ଟାୟାର୍-୨ ଏବଂ ଟାୟାର୍ -3 ସହର ଏବଂ ଜିଲ୍ଲା ମୁଖ୍ୟାଳୟରେ ବଡ଼ ଫିଲ୍ଡ ହସ୍ପିଟାଲ୍ (50-100-ବେଡ୍ ୟୁନିଟ୍) ସ୍ଥାପନ ପାଇଁ ସହାୟତା ମଧ୍ୟ ପ୍ରଦାନ କରାଯିବ। କୋଭିଡ୍ ରିଲିଫ୍ ପ୍ୟାକେଜ୍ ଅନ୍ତର୍ଗତ 8,800 ଆମ୍ବୁଲାନ୍ସ ମଧ୍ୟ ବୃଦ୍ଧି କରାଯିବ। ଏଥିସହ କୋଭିଡ୍ ପରିଚାଳନା ପାଇଁ ଏମବିବିଏସ, ବିଏସଇ ନର୍ସିଂ ଏବଂ ଏନଏମର ଅନ୍ତିମ ଶିକ୍ଷାବର୍ଷର ଛାତ୍ରଛାତ୍ରୀଙ୍କୁ ଚିକିତ୍ସାରେ ସାମିଲ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ଭାରତ କୋଭିଡ-19 ଜରୁରିକାଳନୀ ମୁକାବିଲା ଓ ସ୍ୱାସ୍ଥ୍ୟ ପ୍ରଣାଳୀ ପ୍ୟାକେଜ-ପର୍ଯ୍ୟାୟ 2”କୁ 23,123 କୋଟିର ମୋଟ ବ୍ୟୟବରାଦ ସହିତ 1 ଜୁଲାଇ, 2021 ଠାରୁ 31 ମାର୍ଚ୍ଚ 2022 ପର୍ଯ୍ୟନ୍ତ ଲାଗୁ କରାଯିବ, ଯେଉଁଥିରେ କେନ୍ଦ୍ର ଓ ରାଜ୍ୟର ଭାଗ ନିମ୍ନ ପ୍ରକାରରେ ହେବ।

  • ଇସିଆରପି- II କେନ୍ଦ୍ରୀୟ ଅଂଶ-15,000 କୋଟି ଟଙ୍କା
  • ଇସିଆରପି- IIର ରାଜ୍ୟ ଅଂଶ- 8123 କୋଟି ଟଙ୍କା

2021-22 ଆର୍ଥିକ ବର୍ଷର ଆସନ୍ତା 9 ମାସ ପର୍ଯ୍ୟନ୍ତ ତତ୍କାଳ ଆବଶ୍ୟକତା ଉପରେ ଜୋର ଦିଆଯାଇ ଦ୍ବିତୀୟ ଲହରୀ ଏବଂ ବୃଦ୍ଧି ପାଉଥିବା ମହାମାରୀକୁ ଦୃଷ୍ଟିରେ ରଖି ବର୍ତ୍ତମାନର ମୁକାବିଲା ପଦକ୍ଷେପକୁ ସୁଦୃଢ଼ କରିବାରେ କେନ୍ଦ୍ର ସରକାରଙ୍କ ଡାକ୍ତରଖାନା/ଏଜେନ୍ସି ଓ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କୁ ସହାୟତା ଯୋଗାଇ ଦିଆଯିବ। ଜିଲ୍ଲା ଓ ଉପ ଜିଲ୍ଲା ସ୍ତରର ସ୍ୱାସ୍ଥ୍ୟ ସୁବିଧା କେନ୍ଦ୍ରଗୁଡ଼ିକୁ ମଧ୍ୟ ଏହି ସହାୟତା ମିଳିପାରିବ।

Related Articles

Leave a Reply

Back to top button
error: Content is protected !!