?????

ଚାଷୀଙ୍କ ସମସ୍ୟାର ସମାଧାନ ଦାବି କରି ରାଜ୍ୟପାଳଙ୍କୁ ଦାବି ପତ୍ର ଦେଲା ବିଜେପି

ଝାରସୁଗୁଡ଼ା: ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ବିଜେପି ରାଜ୍ୟପାଳଙ୍କୁ ଜିଲ୍ଲା ସିଏସଓଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲା ସଭାପତି ମଙ୍ଗଳ ସାହୁଙ୍କ ତତ୍ଵାବଧାନରୁ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମୁରାରି ପାଣିଗ୍ରାହୀଙ୍କ ନେତୃତ୍ୱରେ ଏହି ଦାବି ପତ୍ର ପ୍ରଦାନ କରାଯାଇଛି। ଚଳିତ ବର୍ଷ ରବି ଋତୁରେ ଚାଷୀଙ୍କ ଠାରୁ ଧାନ କିଣାବିକାରେ ବ୍ୟାପକ ଅବ୍ୟବସ୍ଥା, ମିଲର୍ସ ମାନଙ୍କ ମର୍ଜିରେ ମଣ୍ଡିରୁ ଧାନ ଉଠିବା, ଚାଷୀଙ୍କ ପ୍ରତି କୁଇଣ୍ଟାଲ ଧାନକୁ ୮/୧୦ କେଜି ଧାନ କଟନିଛଟନି କରିବା , ବସ୍ତା ସୁତୁଲି , ପରିବହନ ଓ ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ କେନ୍ଦ୍ର ସରକାର ଦେଉଥିବା ବେଳେ ଏହା ଚାଷୀଙ୍କୁ ନଦେଇ ଏହି ଅର୍ଥ ମଧ୍ୟ ମିଲର୍ସ ମାନେ ହଡ଼ପ କରିଥିବା ଅଭିଯୋଗ ହୋଇଛି।

ଏହା ପୂର୍ବରୁ ଜିଲ୍ଲା ସ୍ତରରେ ଥିବା ପ୍ୟାଡି ପ୍ରୋକ୍ୟୋରମେଣ୍ଟ କମିଟିକୁ ଅଚଳ କରି ଦେଇ ଏବେ ରାଜ୍ୟ ସରକାର ଧାନ କିଣା ବିକା ସିଧା ସଳଖ ଭୁବନେଶ୍ୱରରୁ ଚାଷୀଙ୍କୁ ଟୋକେନ ଦେଇ ଏହାକୁ ନିୟନ୍ତ୍ରଣ କରୁଛନ୍ତି। ଫଳରେ ଜିଲ୍ଲା ଚାଷୀ ମାନଙ୍କ ସମସ୍ୟାକୁ ଦେଖିଲେ ସମାଧାନ କରିବା ପରିବର୍ତ୍ତେ ଜିଲ୍ଲାପାଳ ମାନେ ହାତ ଟେକି ଦେଇଛନ୍ତି। ଖରିପ ଋତୁରେ ଏବଂ ଏବେ ରବି ଋତୁରେ ଓଡ଼ିଶାର ହଜାର ହଜାର ସଂଖ୍ୟା ରେ ଚାଷୀଙ୍କ ଟୋକନ ଲାପ୍ସ ହେଉଥିବା ଯୋଗୁଁ ଚାଷୀ ଧାନ ମଣ୍ଡିରେ ବିକ୍ରି କରି ନପାରି ଖୋଲା ବଜାର ରେ ୧୦୦୦/୧୨୦୦ ଟଙ୍କା କମ ମୂଲ୍ୟରେ ବିକ୍ରି କରିବାକୁ ବାଧ୍ୟ ହେଉଛି।

ଟୋକନ ବ୍ୟବସ୍ଥା ଚାଷୀଙ୍କ ଧାନ ବିକ୍ରି ପାଇଁ ନା ଚାଷୀ ଧାନ କିପରି ବିକ୍ରି କରିପାରିବ ନାହିଁ ତାର ବ୍ୟବସ୍ଥା ଏହା ସ୍ପଷ୍ଟ କରନ୍ତୁ। କେନ୍ଦ୍ର ଖାଦ୍ୟ ଓ ଖାଉଟି ଯୋଗାଣ ବିଭାଗ ର ଅତିରିକ୍ତ ସଚିବ ଙ୍କ ନେତୃତ୍ୱରେ ଏକ ଦଳ ଓଡ଼ିଶା ଗସ୍ତରେ ଆସି ୪ଟି ମଣ୍ଡିରେ ସର୍ଜମିନ ତଦନ୍ତ କରିବା ସହ ରାଜ୍ୟର ଅଧିକାରୀ ମାନଙ୍କ ସହ ଆଲୋଚନା କରିବା ପରେ ଏକ ରେପୋଟ୍ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି। ରାଜ୍ୟ ସରକାର ଏହି ରେପୋର୍ଟ୍ ସମୀକ୍ଷା କରିଛନ୍ତି କି?
ଭାରତୀୟ ଜନତା କୃଷକ ମୋର୍ଚ୍ଚା ଚାଷୀ ମାନଙ୍କ ସମସ୍ୟା ର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏହାର ସମାଧାନ ପାଇଁ ଆନ୍ଧୋଲନ ମଧ୍ୟ କରୁଛି।

ତେଣୁ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଦାବି କରାଯାଇଛି। ଧାନ ବିକ୍ରି ପାଇଁ ରେଜିଷ୍ଟ୍ରେସନ୍ କରିଥିବା ସମସ୍ତ ଚାଷୀଙ୍କ ଧାନ ରାଜ୍ୟ ସରକାର କିଣନ୍ତୁ। ଟୋକନ ଅବଧି ଶେଷ ହୋଇଥିବା ଚାଷୀଙ୍କ ଧାନ ସରକାର ନିଜ ପ୍ରତିଶ୍ରୁତି ଅନୁଯାୟୀ ତୁରନ୍ତ ଉଠାନ୍ତୁ। କେନ୍ଦ୍ର ସରକାର ଅଧିକାରୀ ମାନେ ଦେଇଥିବା ରେପୋଟ୍ କୁ ରାଜ୍ୟ ସରକାର ସମୀକ୍ଷା କରିବା ସହ ରି ରାଜ୍ୟବାସୀ କିଣନ୍ତୁ। ୮/୧୦ କେଜି କଟଣି ଛଟନି କରୁଥିବା ଏବଂ କେନ୍ଦ୍ର ସରକାର ଚାଷୀଙ୍କୁ ଯୋଗାଇ ଦେଉଥିବା ବସ୍ତା , ସୁତୁଲି ଓ ପରିବହନ ପାଇଁ କି ହଡ଼ପ କରୁଛି ତାହାର ତଦନ୍ତ କରନ୍ତୁ।
ମିଲର୍ସ ମାନଙ୍କ ରାଜୁତି ମଣ୍ଡି ରୁ ସମାପ୍ତ କରନ୍ତୁ। ପୂର୍ବ ଓଡ଼ିଶା ଭଳି ପଶ୍ଚିମ ଓଡ଼ିଶା ରେ ମଧ୍ୟ ଝାରସୁଗୁଡ଼ା ଜିଲ୍ଲାରେ ବାତ୍ୟା ୟସ ଓ ବର୍ଷା ଯୋଗୁଁ କ୍ଷତି ହୋଇଥିବା ଧାନ ଓ ଅନ୍ୟାନ୍ୟ ପନିପରିବା ଚାଷର କ୍ଷତିପୂରଣ ଦିଆଯାଉ। ଲଖନ ପୁର ବ୍ଲକର ବୁଡି ଅଞ୍ଚଳ ର ଧାନ ଚାଷ କୁ ରବି ଋତୁର ଧାନ ଚାଷର ମାନ୍ୟତା ଦେଇ କ୍ଷତି ପୂରଣ ଦିଆଯାଉ।

Related Articles

Leave a Reply

Back to top button
error: Content is protected !!