?????

ଭବାନୀପାଟଣାରେ ୨୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ଆରମ୍ଭ

ଭୁବନେଶ୍ୱର: ଭବାନୀପାଟଣାରେ ୨୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋକାର୍ପଣ କରିଛନ୍ତି। କୋଭିଡ ଚିକିତ୍ସା ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ୨୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ସେବା ଯୋଗାଇ ଦେଇଛନ୍ତି। ଏହି ହସ୍ପିଟାଲରେ ୧୬ଟି ଆଇସିୟୁ, ୧୬ଟି ଏଚଡିୟୁ ଶଯ୍ୟା ସହିତ ସ୍ୱତନ୍ତ୍ର ଶିଶୁ ଚିକିତ୍ସା ୱାର୍ଡର ବ୍ୟବସ୍ଥା କରାଯାଇଛି।
ଏହି ହସ୍ପିଟାଲ ପାଇଁ ବେଦାନ୍ତ ଗ୍ରୁପ ତଥା ଏହାର ଅଧ୍ୟକ୍ଷ ଶ୍ରୀ ଅନୀଲ ଅଗ୍ରଓ୍ୱାଲଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।
ଏହି ହସ୍ପିଟାଲଟି ବେଦାନ୍ତ ଦ୍ୱାରା ପରିଚାଳିତ ହେବ। ଏଠାରେ ରୋଗ ନିରୂପଣ, ଔଷଧ ଓ ଖାଦ୍ୟ ଆଦି ବିନା ମୂଲ୍ୟରେ ଉପଲବ୍ଧ ହେବା ଦ୍ୱାରା କଳାହାଣ୍ଡି ତଥା ଆଖପାଖ ଅଞ୍ଚଳବାସୀ ବିଶେଷ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।
କୋଭିଡର ଦ୍ଵିତୀୟ ଲହର ମୁକାବିଲାରେ କଳାହାଣ୍ଡିବାସୀଙ୍କ ସାହସ ଓ ଶୃଙ୍ଖଳା ପାଇଁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି। ଏଥିପାଇଁ ଜିଲ୍ଲାବାସୀ ତଥା ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କୁ ସେ ଧନ୍ୟବାଦ ଜଣାଇ ସମସ୍ତ କୋଭିଡ ନିୟମ ମାନି ଆହୁରି ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି।

Related Articles

Leave a Reply

Back to top button
error: Content is protected !!