?????

ଟିକା ପ୍ରସଙ୍ଗରେ କମଲାଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ: ଟିକାକରଣକୁ ଜୋରଦାର କରିବାକୁ ହେଲେ ଦେଶକୁ ଅତିରିକ୍ତ ଟିକା ଆବଶ୍ୟକ ରହିଛି। ଏଭଳି ସ୍ଥିତିରେ ଭାରତକୁ ଭରସା ଆମେରିକାର ତିନି ଟିକା କମ୍ପାନୀ। କିଭଲି ଏହା ଶୀଘ୍ର ଭାରତରେ ପହଞ୍ଚିବ ସେ ନେଇ କେନ୍ଦ୍ର ସରକାର ଆମେରିକା ସରକାର ସହ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ନେଇ ଆମେରିକା ଉପ ରାଷ୍ଟ୍ରପତି କମଲା ହାରିସଙ୍କ ସହ ଫୋନ୍ ଯୋଗ ଆଲୋଚନା କରିଛନ୍ତି। ଆମେରିକା ସରକାର ଭାରତକୁ ସବୁ ପ୍ରକାରର ସହାୟତା ଦେଉଥିବାରୁ ମୋଦି କମଳାଙ୍କୁ ଫୋନ୍ କରିବା ବେଳେ ଧନ୍ୟବାଦ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଭାରତର ଟିକା ନୀତି ନେଇ କମଲାଙ୍କ ସହ ବିସ୍ତୃତ ଭାବରେ ଆଲୋଚନା କରିଥିବା ସୂଚନା ରହିଛି। ଭାରତକୁ ନିକଟରେ ଆମେରିକା ପଠାଇଥିବା ବିଭିନ୍ନ ସହାୟତା ଓ ଆମେରିକାରେ ଥିବା ଭାରତୀୟଙ୍କୁ ସମସ୍ତ ସୁବିଧା ସୁଯୋଗ ମିଳିଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ ପ୍ରଶଂସା କରିଥିଲେ। ଦୁଇ ନେତା ସ୍ୱାସ୍ଥ୍ୟ ସପ୍ଲାଏ ଚେନ୍‌କୁ ମଜଭୁତ କରିବା ପାଇଁ ମଧ୍ୟ କଥା ହୋଇଛନ୍ତି। ବିଶେଷ କରି ଟିକା ଉତ୍ପାଦନ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇଛି।

 

Related Articles

Leave a Reply

Back to top button
error: Content is protected !!