?????

ଆସନ୍ତା ସପ୍ତାହରେ ଭାରତରେ ଉପଲବ୍ଧ ହେବ ବହୁ ପ୍ରତୀକ୍ଷିତ ମେଡ୍ ଇନ୍ ଋଷିଆ ଟିକା

ନୂଆଦିଲ୍ଲୀ: ଏଯାବତ ବିଶ୍ୱରେ ବାହାରିଥିବା କୋଭିଡ୍ ଟିକା ମଧ୍ୟରୁ ଋଷିଆର ସ୍ପୁଟନିକ ଭି କ୍ୱିନିକାଲ ଟ୍ରାଏଲକୁ ସବୁଠୁ ଅଧିକ ପ୍ରଭାବଶାଳୀ ବୋଲି ଜଣାପଡ଼ିଛି। ତେଣୁ ଭାରତ ସରକାର ଏହି ଟିକାକୁ ବ୍ୟବହାର କରିବାକୁ ଅନୁମତି ଦେବା ପରେ ଅନେକ ଭାରତୀୟ ଅପେକ୍ଷା କରିଛନ୍ତି ସ୍ପୁଟନିକ ଭିର ଟିକା ଲଗାଇବେ। ଏବେ ଏହି ଅପେକ୍ଷାରେ ଅନ୍ତ ଘଟିଛି।

କାରଣ ଆସନ୍ତା ସପ୍ତାହ ସୁଦ୍ଧା ସ୍ପୁଟନିକ୍ ଭି ଭାରତୀୟ ବଜାରରେ ଉପଲବ୍ଧ ହେବ ବୋଲି ସରକାର ସୂଚନା ଦେଇଛନ୍ତି। ନୀତି ଆୟୋଗର ସଦସ୍ୟ ଡକ୍ଟର ଭି.କେ ପାଲ କହିଛନ୍ତି, ‘ସ୍ପୁଟନିକ୍ ଟିକା ଭାରତରେ ପହଞ୍ଚିଛି। ସେ କହିଛନ୍ତି ଆସନ୍ତା ସପ୍ତାହରେ ବଜାରରେ ଉପଲବ୍ଧ ହେବ ବୋଲି ସରକାର ଆଶା ରଖିଛନ୍ତି। ଏହାର ଉତ୍ପାଦନ ଭାରତରେ ହେବ। ଜୁଲାଇରୁ ଆରମ୍ଭ ହେବ ଏବଂ ଅନୁମାନ କରାଯାଉଛି ଯେ ସେହି ସମୟ ମଧ୍ୟରେ 15.6 କୋଟି ଡୋଜ ପ୍ରସ୍ତୁତ ହେବ।

ଡକ୍ଟର ପାଲ କହିଛନ୍ତି ଯେ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ଭାରତରେ ଭାରତୀୟଙ୍କ ପାଇଁ ମୋଟ 216 କୋଟି ଟିକା ଟିକା ପ୍ରସ୍ତୁତ କରାଯିବ। ଏଥିରେ କୌଣସି ସନ୍ଦେହ ନାହିଁ। ଏଫଡିଏ ଦ୍ୱାରା ଅନୁମୋଦିତ ଯେକୌଣସି ଟିକା ଭାରତକୁ ଆସିପାରିବ। ଦିନେ-ଦୁଉ ଦିନ ମଧ୍ୟରେ ଆମଦାନୀ ପାଇଁ ଲାଇସେନ୍ସ ଦିଆଯିବ।

Related Articles

Leave a Reply

Back to top button
error: Content is protected !!