?????

ବସଷ୍ଟାଣ୍ଡ ନିକଟରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ 4 ଗିରଫ

ଝାରସୁଗୁଡା: ଡିସେମ୍ବର 4 ରାତିରେ ବେହେରାମାଳ ନିକଟସ୍ଥ ହୋଟେଲ କଳିଙ୍ଗ ବାର୍ ସମ୍ମୁଖରେ ଘଟିଥିବା ଗୁଳିକାଣ୍ଡରେ ସମ୍ପୃକ୍ତ ଥିବା 4 ଜଣ ଦୁର୍ବୃତ୍ତଙ୍କୁ ଝାରସୁଗୁଡ଼ା ପୁଲିସ ମଙ୍ଗଳବାର ଗିରଫ କରିଛି। ଏହି ଚାରି ଅଭିଯୁକ୍ତ ହେଲେ ଦୀପକ ସାହୁ(48) ଓ ତାଙ୍କ ପୁଅ ଅର୍ଜୁନ ସାହୁ(20)। ଉଭୟଙ୍କ ଘର ବେହେରାମାଲରେ। ସେହିପରି ମୁନୁ ପାଣ୍ଡେ (22) ଇଟାଭାଟିର ବାସିନ୍ଦା ଏବଂ ବାବୁ ଖାନ୍ (34) ତେଲିଭଟାର ବାସିନ୍ଦା ବୋଲି ଜଣାପଡ଼ିଛି।

ଡିସେମ୍ବର 4 ତାରିଖରେ ଅଭିଯୁକ୍ତମାନେ ହେଲେ ଅର୍ଜୁନ ସାହୁ, ମୁନୁ ପାଣ୍ଡେ ଏବଂ କିଛି ସହଯୋଗୀ ବସଷ୍ଟାଣ୍ଡ ଛକରେ ରୋହିତ ଶ ଏବଂ ତାଙ୍କ ବନ୍ଧୁମାନଙ୍କୁ ଡାକି ରୋହିତଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ ଏବଂ ଯେତେବେଳେ ରୋହିତ ଶ ଏହାକୁ ବିରୋଧ କରିଥିଲେ, ଏହାପରେ ଅର୍ଜୁନ ସାହୁ ତାଙ୍କ ମୁଣ୍ଡରେ ଗୋଟିଏ ପିସ୍ତଲ ଦେଖାଇ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏ ନେଇ ରୋହିତ ଝାରସୁଗୁଡ଼ା ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା।

ସେହିପରି ସେହିଦିନ ରାତି 11ଟା 30ମିନିଟରେ ଅଭିଯୁକ୍ତ ଜଣକ ହେଲେ ଅର୍ଜୁନ ସାହୁ, ମୁନୁ ପାଣ୍ଡେ, ବାବୁ ଖାଁ ଓ ଦୀପକ ସାହୁ ବେହେରାମାଳସ୍ଥିତ ହୋଟେଲ କଳିଙ୍ଗ ବାର୍ ସମ୍ମୁଖରେ ପୁରୁଣାବସ୍ତିର ଛୋଟୁ ସିଣ୍ଡରିଆ ନାମକ ଜଣେ ବ୍ୟକ୍ତିଙ୍କୁ ଭେଟି ତାଙ୍କୁ ତଳ ଜାତିର ପରିଚୟ ଦେଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଯେତେବେଳେ ସେ ଏହାକୁ ନେଇ ଆପତ୍ତି ଉଠାଇଥିଲେ ଅଭିଯୁକ୍ତ ଅର୍ଜୁନ ସାହୁ ଏବଂ ଦୀପକ ସାହୁ ଅଭିଯୁକ୍ତଙ୍କୁ ହତ୍ୟା ଉଦ୍ୟମରେ 6-7 ରାଉଣ୍ଡ ଗୁଳି ଚଳାଇଥିଲେ। ଛୋଟୁ ସିନ୍ଦାରିଆ ଝାରସୁଗୁଡ଼ା ସଦର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା।

ଝାରସୁଗୁଡ଼ା ଏସ୍ପି ରାହୁଲ ଜୈନ କହିଛନ୍ତି, ଅପରାଧ କରିବା ପରେ ସମସ୍ତ ଅଭିଯୁକ୍ତ ଝାରସୁଗୁଡ଼ାରୁ ଫେରାର ହୋଇଯାଇଥିଲେ। ଅଭିଯୁକ୍ତକୁ ଧରିବା ପାଇଁ ଝାରସୁଗୁଡ଼ା ଏସଡିପିଓ ଓ ଝାରସୁଗୁଡ଼ା ଆଇଆଇସିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ସାଇବର ସେଲ ସହାୟତାରେ 7 ଦିନ ମଧ୍ୟରେ ଏହି ଟିମ୍ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛି। ସେମାନଙ୍କ ନିକଟରୁ ଦୁଇଟି ଦେଶୀ ବନ୍ଧୁକ, ଚାରି ରାଉଣ୍ଡ ଜୀବନ୍ତ ଗୁଳି, ଅପରାଧରେ ବ୍ୟବହୃତ ଏକ ସ୍କର୍ପିଓ ଗାଡ଼ି, ଦୁଇଟି ମୋବାଇଲ୍ ଫୋନ୍ ଏବଂ ଖାଲି ଗୁଳି ଜବତ କରାଯାଇଛି।

Related Articles

Leave a Reply

Back to top button
error: Content is protected !!