?????

ଓପିଜିସି ଦ୍ୱାରା ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ

ବି ଥର୍ମାଲ: ଓପିଜିସି ଆଇବି ଥର୍ମାଲ ପାଓ୍ୱାର ଷ୍ଟେସନରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ଡିସେମ୍ବର 14 ତାରିଖ ଦିନ ପାଳିତ ହୋଇଯାଇଛି। ଶକ୍ତି ସଂରକ୍ଷଣ ଦିଗରେ ଜାଗୃତ କରିବା ପାଇଁ ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କମ୍ପାନୀର କର୍ମଚାରୀ, ତାଙ୍କ ପରିବାର ଲୋକେ ଏବଂ ଆଇଟିପିଏସ ଟାଉନସିପର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶକ୍ତି ସଂରକ୍ଷଣର ଗୁରୁତ୍ୱ ଉପରେ ସଚେତନତା ସୃଷ୍ଟି କରାଯାଇଥିଲା। ଏହି ଅବସରରେ ଏକ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଯେଉଁଥିରେ ପେଣ୍ଟିଂ ପ୍ରତିଯୋଗିତା ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଶକ୍ତି ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ, କୁଇଜ୍ ପ୍ରତିଯୋଗିତା ଏବଂ ମହିଳାମାନଙ୍କ ପାଇଁ ଶକ୍ତି ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ, ସ୍ଲୋଗାନ୍ ପ୍ରତିଯୋଗିତା ଏବଂ କର୍ମଚାରୀଙ୍କ ପାଇଁ ଶକ୍ତି ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା।

ସ୍କୁଲ ପିଲାଙ୍କ ମଧ୍ୟରେ ହୋଇଥିବା ପେଣ୍ଟିଂ ପ୍ରତିଯୋଗିତାରେ ଡିଏଭି ପବ୍ଲିକ ସ୍କୁଲର ପ୍ରିୟଙ୍କା ପାଦନ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ ଡିଏଭି ସ୍କୁଲର ସୋମଶ ମହାପାତ୍ର । ସେହିପରି ଡିଏଭି ସ୍କୁଲର ରିତାଂଶୁ ପ୍ରଜ୍ଞା ଦଳାଇ ତୃତୀୟ ସ୍ଥାନ ଅଧିକାର କରିଥିଲେ ।

ମହିଳାଙ୍କ କୁଇଜ୍ ପ୍ରତିଯୋଗିତାରେ ଶ୍ରୀମତୀ ସମିତା ମିଶ୍ର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ୨ୟ ସ୍ଥାନ ଅଧିକାର କରିଥିଲେ ଶ୍ରୀମତୀ ସ୍ୱାଗତିକା ଜେନା। ଆଉ ତୃତୀୟ ସ୍ଥାନ ଅଧିକାର କରିଥିଲେ ଶ୍ରୀମତୀ ସୌମ୍ୟା ପତି ।

କର୍ମଚାରୀଙ୍କ ମଧ୍ୟରେ ସ୍ଲୋଗାନ ପ୍ରତିଯୋଗିତାରେ ଡବ୍ଲ୍ୟୁଟିପିପର ସୁବ୍ରତ ମିଶ୍ର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଏମଜିଆରର ରଣଜୟ କୁମାର ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ସିଭିଲ ଡିପାର୍ଟମେଣ୍ଟର ଅଖିଲ ଶତପଥୀ ତୃତୀୟ ସ୍ଥାନ ଅଧିକାର କରିଥିଲେ।

ଏହି ସଚେତନତା କାର୍ଯ୍ୟକ୍ରମର ଏକ ବିଶେଷ ଅତିଥି ଭାବରେ ପେଟ୍ରୋଲିୟମ ସଂରକ୍ଷଣ ଅନୁସନ୍ଧାନ ସଂଘ (PCRA)ର ଅତିରିକ୍ତ ନିର୍ଦ୍ଦେଶକ ଭାବରେ ପୂର୍ବାଞ୍ଚଳର ଶ୍ରୀ ପ୍ରଦୀପ କୁମାର ପଣ୍ଡା ଯୋଗ ଦେଇଥିଲେ। ସେ କହିଥିଲେ ଆମର ଦୈନନ୍ଦିନ ଜୀବନରେ ବିଜୁଳି ବ୍ୟବହାର ବିଶ୍ୱ ଇକୋସିଷ୍ଟମର ସ୍ଥାୟୀତ୍ୱ ଉପରେ ପ୍ରଭାବ ପକାଏ।

ଏହି ଅବସରରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ଲାଣ୍ଟ ମ୍ୟାନେଜର (OPGC-1)ର ହେଡ ଇଞ୍ଜିନିୟର ଶ୍ରୀ ସୁଧାକର ସ୍ୱାଇଁ, ଶ୍ରୀମତୀ ମଧୁମିତା ସୋରେନ ଏବଂ ଅନ୍ୟାନ୍ୟ ବରିଷ୍ଠ OPGC ଅଧିକାରୀ ଏଥିରେ ସାମିଲ ହୋଇଥିଲେ।

Related Articles

Leave a Reply

Back to top button
error: Content is protected !!