?????

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହଯୋଗରେ କେନ୍ଦ୍ର ସରକାର ଉନ୍ମୋଚନ କଲେ ଏମ୍‌-ଯୋଗ ଆପ୍

ନୂଆଦିଲ୍ଲୀ: ସପ୍ତମ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘WHO ଏମ ଯୋଗ’ ଆପ୍‌ର ଶୁଭାରମ୍ଭ କରିଛନ୍ତି । ସାଧାରଣ ଯୋଗ ମାର୍ଗଦର୍ଶିକା ଉପରେ ପ୍ରସ୍ତୁତ ଏମ-ଆପ୍‌ ବିଭିନ୍ନ ଭାଷାରେ ଯୋଗ ତାଲିମ ଓ ଅଭ୍ୟାସ ସମ୍ପର୍କରେ ସୂଚନା ପ୍ରଦାନ କରିବ। ଆଧୁନିକ ପ୍ରଯୁକ୍ତି ଓ ପ୍ରାଚୀନ ବିଜ୍ଞାନର ଏକ ସମ୍ମିଶ୍ରଣ ଏହି ଆପ୍ ଯୋଗକୁ ବିଶ୍ୱବ୍ୟାପୀ ଲୋକପ୍ରିୟ କରିବା ସହ “ଏକ ବିଶ୍ୱ, ଏକ ସ୍ୱାସ୍ଥ୍ୟ” ଉଦ୍ୟମକୁ ଫଳପ୍ରଦ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଯେତେବେଳେ ଭାରତ ଜାତିସଂଘରେ ଆନ୍ତର୍ଜାତିକ ଯୋଗ ଦିବସ ପାଇଁ ପ୍ରସ୍ତାବ ଦେଲା ସେତେବେଳେ ଯୋଗ ବିଜ୍ଞାନକୁ ସମଗ୍ର ବିଶ୍ୱରେ ପରିଚିତ କରାଇବା ଆମ ଉଦ୍ଦେଶ୍ୟ ଥିଲା । ଆଜି ଭାରତ ଜାତିସଂଘ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ମିଶି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ବର୍ତ୍ତମାନ ପୃଥିବୀ ଏମ-ଯୋଗ ଆପ୍‌ର ଶକ୍ତି ପାଇବାକୁ ଯାଉଛି । ଯୋଗର ସାଧାରଣ ମାର୍ଗଦର୍ଶିକା ଅନୁଯାୟୀ ଏହି ଆପ୍ ଜରିଆରେ ଯୋଗ ତାଲିମ ଓ ଅଭ୍ୟାସର ଅନେକ ଭିଡିଓ ବିଭିନ୍ନ ଭାଷାରେ ରହିଛି । ଏହା ମଧ୍ୟ ପ୍ରାଚୀନ ବିଜ୍ଞାନ ଓ ଆଧୁନିକ ପ୍ରଯୁକ୍ତି ବିଦ୍ୟାର ଏକ ସମ୍ମିଶ୍ରଣ । ମୁଁ ନିଶ୍ଚିତ ଯେ ଏମ୍‌-ଯୋଗ ଆପ୍ ବଳରେ ଯୋଗ ବିଶ୍ୱ ବିଖ୍ୟାତ ହେବା ସହ ‘ଏକ ବିଶ୍ୱ, ଏକ ସ୍ୱାସ୍ଥ୍ୟ ର୍’ ଲକ୍ଷ୍ୟ ହାସଲ ହୋଇପାରିବ।

ଏହି ମୋବାଇଲ ଆପ୍ ଯୋଗକୁ ଲୋକାଭିମୁଖୀ କରିବାରେ ସହାୟକ ହେବା ସହ ବିଶେଷକରି ଚାଲିଥିବା ବୈଶ୍ୱିକ ମହାମାରୀ କାଳରେ ଜନସାଧାରଣଙ୍କ କଲ୍ୟାଣ ସାଧନ କରିବ । କୋଭିଡ-୧୯ ମହାମାରୀ ସୁସ୍ଥ ରୋଗୀମାନଙ୍କ ସ୍ୱାସ୍ଥ୍ୟର ପୁନର୍ବିନ୍ୟାସରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Related Articles

Leave a Reply

Back to top button
error: Content is protected !!