ଚାଷୀଙ୍କ ସମସ୍ୟାର ହେଉନି ସମାଧାନ, ଟୋକନ ବ୍ୟବସ୍ଥା କାହା ପାଇଁ?

ଝାରସୁଗୁଡ଼ା: ଧାନ ମଣ୍ଡିରେ ପଡ଼ି ପଡ଼ି ନଷ୍ଟ ହେବା ପରେ ସରକାର ଟୋକନ ବ୍ୟବସ୍ଥା ଆରମ୍ଭ କରିଥିଲେ। କିନ୍ତୁ ସରକାରଙ୍କ ଏହି ବ୍ୟବସ୍ଥାର ଉଦ୍ଦେଶ୍ୟ ତଥା ଚାଷୀଙ୍କ ସ୍ୱାର୍ଥ ପାଇଁ କେତେ ସେତେବେଳେ ଜଣାପଡ଼େ ଯେତେବେଳେ ହଜାରରେ ଅଧିକ ଚାଷୀ ଟୋକନ ପାଇଁ ଆବେଦନ କରିବା ମାତ୍ର ହାତ ଗଣତି ଚାଷୀ ଏହାର ଲାଭ ପାଆନ୍ତି। ଝାରସୁଗୁଡା ଜିଲ୍ଲାରୁ ଏହି ଅଭିଯୋଗ ଆସିଛି। ଅଭିଯୋଗ ପୁରୁଣା ହେଲେ ମଧ୍ୟ ଜଳସଚେନ ପାଇଁ ଟୋକନ ବ୍ୟବସ୍ଥା ଏକ କେଁ ପାଲଟିିଥିବାରୁ ଜିଲ୍ଲାର ଚାଷୀ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।
ଜିଲ୍ଲାରେ 1324 ଜଣ ଚାଷୀ ଧାନ ବିକିବା ପାଇଁ ପଞ୍ଜିକରଣ କରିଥିବା ବେଳେ ମାତ୍ର 939 ଜଣଙ୍କର ପଞ୍ଜିକରଣକୁ ସରକାର ଗ୍ରହଣ କରିଛନ୍ତି। 400ରୁ ଅଧିକ ଚାଷୀଙ୍କ ପଞ୍ଜିକରଣକୁ ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ ବ୍ଲକ କରିଛନ୍ତି। ମୋଟ୍ 939 ଜଣଙ୍କ ମଧ୍ୟରେ 191 ଚାଷୀଙ୍କର ଟୋକନ ଭେରିିଫେକସନ ହୋଇଛି। ଏଥିମଧ୍ୟରୁ ଜଣେ ମାତ୍ର ଚାଷୀ ଧାନ ବିକ୍ରି କରିବାରେ ସଫଳ ହୋଇଛନ୍ତି। ଏ ନେଇ ଅଭିଯୋଗ କରିଛନ୍ତି ଚାଷୀ ସୁରେନ୍ଦ୍ର ସାହୁ, ହେମସାଗର କୁମୁରା, ଲକ୍ଷ୍ମଣ ସାହୁ ବିରଞ୍ଚି ସାହୁ ଗୋପୀନାଥ ମାଝୀ।
ଯାହାକୁ ନେଇ ଉଠିଛି ଅନେକ ପ୍ରଶ୍ନ। ଯଦି 1324 ଜଣ ଚାଷୀ ଧାନ ବିକିବା ପାଇଁ ଆବେଦନ କରିବା ପରେ ମାତ୍ର 191 ଚାଷୀଙ୍କର ଟୋକନ ଭେରିିଫେକସନ ହୋଇଛି ତାହା ହେଲେ କେଉଁ ଆଧାରରେ ସରକାର ଅଳ୍ପ ଲୋକଙ୍କର ଭେରିଫିକେସନ କଲେ ଏବଂ ଏହାର ଆଧାର ତାହା ଏବେ ବଡ଼ ପ୍ରଶ୍ନ? ଅନ୍ୟପଟେ ସରକାର ଭାଗ ଚାଷୀଙ୍କ ପଞ୍ଜିକରଣକୁ ବାଦ୍ କରୁଥିବା ଅଭିଯୋଗ ହୋଇଛି। ଯଦି ଅଭିଯୋଗ ସତ ତାହେଲେ ଏହି ବର୍ଗର ଚାଷୀ କଣ ଚାଷୀ ନୁହେଁ?