?????

ନବଙ୍କ ଅସ୍ଥି ନେଇ ପ୍ରାୟଗରାଜ ଗଲେ ପୁଅ ବିଶାଲ

ଝାରସୁଗୁଡା: ନବ ଦାସଙ୍କ ହତ୍ୟା ଘଟଣାକୁ ୯ ଦିନ ବିତିଛି। ବୈଦିକ ରୀତିନୀତି ଅନୁଯାୟୀ ଶୁଦ୍ଧିକ୍ରିୟା ମଧ୍ୟ ନବଙ୍କ ସରବାହାଲସ୍ଥିତ ବାସଭବନରେ ଅନୁଷ୍ଠିତ ହେଉଛି। ଆସନ୍ତାକାଲି ଦଶାହ, ୮ ତାରିଖରେ ଏକାଦଶାହ ଓ ୯ ତାରିଖରେ ଦ୍ବାଦଶାହ ପାଇଁ ବ୍ୟାପକ ଆୟୋଜନ କରାଯାଇଛି। ତେବେ ରବିବାର ଅପରାହ୍‌ଣ ୩ ଟାରେ ସ୍ବର୍ଗତ ଦାସଙ୍କ ପୁତ୍ର ବିଶାଳ ସ୍ୱତନ୍ତ୍ର ବିମାନ ଯୋଗେ ପିତାଙ୍କ ଅସ୍ଥି ନେଇ ପ୍ରୟାଗରାଜ ଯାତ୍ରା କରିଛନ୍ତି। ସୋମବାର ଓ ମଙ୍ଗଳବାର ପ୍ରୟାଗରାଜଠାରେ ଗଙ୍ଗା ନଦୀରେ ତାଙ୍କ ଅସ୍ଥି ବିସର୍ଜନ କାର୍ଯ୍ୟକ୍ରମ ରହିଛି। ତାଙ୍କ ସହିତ ତାଙ୍କର କିଛି ବନ୍ଧୁ ଓ ପରିବାର ସଦସ୍ୟ ମଧ୍ୟ ଯାଇଥିବା ଜଣାଯାଇଛି।

ବିଶେ‌ଷ କରି ଦ୍ବାଦଶାହ କାର୍ଯ୍ୟରେ ସ୍ବର୍ଗତ ନବ ଦାସଙ୍କ ନିର୍ବାଚନମଣ୍ଡଳୀ, ନିଜ ଘର ସମ୍ବଲପୁର ଜିଲ୍ଲା ସମେତ ସାରା ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ଲୋକଙ୍କ ସମାଗମ ହେବାକୁ ଥିବାରୁ ଏଥିପାଇଁ ସରବାହାଲ ହାଇସ୍କୁଲ ପଡ଼ିଆଠାରେ ବ୍ୟାପକ ବ୍ୟବସ୍ଥା କରାଯାଉଛି। ରାଜ୍ୟର ସମସ୍ତ ନେତା, ମନ୍ତ୍ରୀ, ବିଧାୟକ ଏବଂ ଅଫିସର ମାନେ ଏଥିରେ ସାମିଲ ହେବେ ବୋଲି ସୂଚନା ରହିଛି।

ଭିଭିଆଇପି ଓ ଭିଆଇପି ଯୋଗ ଦେବାକୁ ଥିବାରୁ ସେହି ଅନୁଯାୟୀ ଟେଣ୍ଟ କାମ ଆରମ୍ଭ ହୋଇଛି। ଏଥିପାଇଁ ରାୟପୁର ଓ ରାୟଗଡ଼ାରୁ ଟେଣ୍ଟହାଉସ ଆସି କାମ ଆରମ୍ଭ କରିଛନ୍ତି। ନବଙ୍କ ସରବାହାଲସ୍ଥିତ ବାସଭବନକୁ ଲୋକଙ୍କ ସୁଅ ଛୁଟୁଛି। ବହୁ ମନ୍ତ୍ରୀ, ବିଧାୟକ ଓ ସାଂସଦ ତାଙ୍କ ବାସଭବନକୁ ଯାଇ ପୁଅ ବିଶାଳ, ଝିଅ ଦୀପାଳିଙ୍କୁ ଭେଟି ସାନ୍ତ୍ବନା ଦେଉଥିବା ଦେଖାଯାଉଛି।

 

Related Articles

Leave a Reply

Back to top button
error: Content is protected !!