?????
୧୮ରୁ ୨୦ ରାଜ୍ୟରେ ପ୍ରବଳ ବର୍ଷା; ୧୭ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ
ଝାରସୁଗୁଡା: ଦକ୍ଷିଣ ମିଆଁମାର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ଉପରେ ବାୟୁମଣ୍ଡଳରେ ୫.୮କିମି ଯାଏଁ ଗୋଟିଏ ଘୁର୍ଣ୍ଣି ବଳୟ ସକ୍ରିୟ ରହିଛି, ପ୍ରଭାବରେ ଅଗଷ୍ଟ ୧୯ ତାରିଖ ପାଖାପାଖି ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।
ଏହାର ପ୍ରଭାବରେ ଆସନ୍ତାକାଲିଠୁ ରାଜ୍ୟରେ ବର୍ଷା ହେବ। ୧୯ରେ ପ୍ରବଳ ବର୍ଷା ହେବ। ୨୦ରେ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ରହିବ। ମୁଖ୍ୟତଃ ଉପକୂଳରେ ବର୍ଷା ଜାରି ରହିବ ବୋଲି ଆକଳନ ହୋଇଛି। ଆଉ ୨୧ ବେଳକୁ ବର୍ଷା କମିଯିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି। ବର୍ଷା ନେଇ ୨୦ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ।
ଉପକୂଳ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଢ଼େଙ୍କାନାଳ, ମୟୂରଭଂଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନଗୁଳ, ମାଲକାନାଗିରି, କୋରାପୁଟ, ନବରଙ୍ଗପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଥିବାରୁ ଏହି ସମସ୍ତ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।