?????

ଝାରସୁଗୁଡା ଝିଅ କେ-ପପ୍ ଷ୍ଟାର ଶ୍ରୀୟା ଲେଙ୍କାଙ୍କୁ ସମ୍ବର୍ଦ୍ଧିତ କଲା ପୁଲିସ

ଝାରସୁଗୁଡ଼ା: ମଙ୍ଗଳବାର ଝାରସୁଗୁଡ଼ା ପୁଲିସ ପ୍ରଶାସନ ପକ୍ଷରୁ ପ୍ରଥମ ଭାରତୀୟ କେ-ପପ୍ ଷ୍ଟାର ଶ୍ରୀୟା ଲେଙ୍କାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।ଝାରସୁଗୁଡ଼ାର ଏହି 18 ବର୍ଷୀୟା ଯୁବତୀ ଶ୍ରୀୟା ଲେଙ୍କା ନିକଟରେ ବ୍ଲାକ୍ସବାନ୍ ନାମରେ ପରିଚିତ ପ୍ରସିଦ୍ଧ କୋରିଆ-ପପ୍ ବ୍ୟାଣ୍ଡ୍ର ପଞ୍ଚମ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଚୟନ ହେବା ପରେ ସେ ଶନିବାର ପ୍ରଥମ ଥର ପାଇଁ ନିଜ ସହର ଝାରସୁଗୁଡ଼ାରେ ପହଞ୍ଚିଥିଲେ।

ଝାରସୁଗୁଡ଼ା ଆରକ୍ଷୀ ଅଧିକ୍ଷକ ଡ, ରାହୁଲ ଜୈନ କହିଛନ୍ତି, ଶ୍ରୀୟା ଲେଙ୍କାଙ୍କୁ ସମ୍ବର୍ଦ୍ଧିତ କରିବା ଝାରସୁଗୁଡା ପୋଲିସ ପ୍ରଶାସନ ପାଇଁ ଗର୍ବର ବିଷୟ। ଯିଏ ଏବେ ପ୍ରତ୍ୟେକ ଯୁବକ ବିଶେଷ କରି ଯୁବତୀଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି। କୋରେନ୍-ପପ୍ ଗ୍ରୁପର ପ୍ରଥମ ଭାରତୀୟ ପଞ୍ଚମ ସଦସ୍ୟ ଭାବେ ସେ ବ୍ଲାକ୍ସବାନ୍ ନାମରେ ପରିଚିତ। ବିଶେଷ କରି ଝାରସୁଗୁଡା ଜିଲ୍ଲା, ରାଜ୍ୟ ଓ ଦେଶର ଯୁବକ ଯୁବତୀମାନେ ତାଙ୍କ ସଫଳତାରେ ନିଶ୍ଚିତ ଭାବେ ଅନୁପ୍ରାଣିତ ହେବେ। ଏହି ସମୟରେ ସେ ‘ବଡ଼ ସ୍ୱପ୍ନ ଦେଖ ଏବଂ ବଡ଼ ସଫଳତା ହାସଲ କର’ର ବାର୍ତ୍ତା ମଧ୍ୟ ଦେଇଥିଲେ। ସଙ୍ଗୀତ, କଳା, କ୍ରୀଡା, ସାହିତ୍ୟ, ପ୍ରଶାସନିକ ସେବା ଇତ୍ୟାଦି ପ୍ରତ୍ୟେକ କ୍ଷେତ୍ରରେ ଏଭଳି ପ୍ରତିଭା ଆମ ଜିଲ୍ଲାରୁ ବାହାରି ଆସନ୍ତୁ ବୋଲି ଆମେ ଜୈନ ରହିଥିଲେ।

ଶ୍ରୀୟା ଲେଙ୍କା କହିଛନ୍ତି, ମୁଁ ନିଜକୁ ବହୁତ ଗର୍ବିତ ଓ ସମ୍ମାନିତ ମନେ କରୁଛି। ପୋଲିସ ପ୍ରଶାସନ ତରଫରୁ ମୋତେ ଏଭଳି ସମ୍ବର୍ଦ୍ଧନା ଦିଆଯିବ ବୋଲି ମୁଁ କେବେ କଳ୍ପନା କରିନଥିଲି।। ମୁଁ ବହୁତ ଗର୍ବ ଅନୁଭବ କରୁଛି।

ଶ୍ରୀୟା ଲେଙ୍କାଙ୍କ ବାପା ଅବିନାଶ ଲେଙ୍କା କହିଛନ୍ତି, ମୋତେ ଓ ମୋ ଝିଅ ଶ୍ରୀୟା ଲେଙ୍କାଙ୍କୁ ସମ୍ବର୍ଦ୍ଧିତ କରିଥିବା ଝାରସୁଗୁଡ଼ା ପୁଲିସ ପ୍ରଶାସନକୁ ମୁଁ ପ୍ରଥମେ ଧନ୍ୟବାଦ ଦେବାକୁ ଚାହୁଁଛି। ଆମେ ପ୍ରକୃତରେ ସମ୍ମାନିତ ବୋଲି ସେ କହିଛନ୍ତି

Related Articles

Leave a Reply

Back to top button
error: Content is protected !!