?????

ଧୀରେ ଧୀରେ ହୋଇ ଲିଟର ପିଛା ୧୦ ଟଙ୍କା ବଢିଲାଣି ପେଟ୍ରୋଲ ଦର

ଭୁବନେଶ୍ୱର: ଆଜି ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର। ଭୁବନେଶ୍ୱରରେ ଲିଟର ପିଛା ୮୫ ପଇସା ବୃଦ୍ଧି ହୋଇଛି।  ରାଜଧାନୀ ଭୁବନେଶ୍ୱରରେ ୧୫ ଦିନରେ ପେଟ୍ରୋଲ ୯.୮୪ ଟଙ୍କା ବୃଦ୍ଧି  ପାଇ ୧୧୧.୬୪ ଟଙ୍କା ହୋଇଥିବା ବେଳେ ଡିଜେଲ ୯.୭୬ ବୃଦ୍ଧି ପାଇ ୧୦୧.୩୯ ଟଙ୍କା ହୋଇଛି।

ଆଜି ଦିଲ୍ଲୀରେ ପ୍ରାୟ ୮୦ ପଇସା ବୃଦ୍ଧି ସହିତ ପେଟ୍ରୋଲର ମୂଲ୍ୟ ଏପର୍ଯ୍ୟନ୍ତ ୧୫ ଦିନରେ ଆଠ ଟଙ୍କାରୁ ଅଧିକ ବୃଦ୍ଧି ପାଇଛି। ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଯଥାକ୍ରମେ ଲିଟର ପିଛା ୧୦୪.୬୧ ଟଙ୍କା ଏବଂ ଲିଟର ପିଛା ୯୫.୮୭ ଟଙ୍କା । ମୁମ୍ବାଇରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ୧୧୯.୬୭ ଟଙ୍କା (୮୪ ପଇସା ବୃଦ୍ଧି) ଏବଂ ଲିଟର ପିଛା ୧୦୩.୯୨ ଟଙ୍କା (୮୫ ପଇସା ବୃଦ୍ଧି) ରହିଛି ।

ଗତ ମାସ ୨୨ରୁ ତେଲ ଦର ବଢି ଚାଲିଛି । ୟୁକ୍ରେନ୍ ଉପରେ ରୁଷ୍‌ ଆକ୍ରମଣ ଯୋଗୁଁ ତେଲ ବଜାର‌ ଅସ୍ଥିର ରହିଛି।

 

 

Related Articles

Leave a Reply

Back to top button
error: Content is protected !!