Uncategorized

୨୪ ଘଣ୍ଟାରେ ବାତ୍ୟା ସମ୍ଭାବନା, ଝାରସୁଗୁଡା ଉପରେ ନାହିଁ ସେତେଟା ପ୍ରଭାବ

ଭୁବନେଶ୍ୱର: କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ପହଁଚିଲା ଲଘୁଚାପ । ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଏହି ବାତ୍ୟା ଗତିକରି ୨ତାରିଖରେ ଅବପତାର ରୂପ ନେବ ବୋଲି ଜଣାପଡିଛି। ଅବପାତ ନେବାର ପରବର୍ତୀ ୨୪ଘଣ୍ଟାରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାତ୍ୟା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। ବାତ୍ୟାର ରୂପ ନେଇ ଉତ୍ତରପଶ୍ଚିମ ଦିଗରେ ଏହା ଗତି କରିବ ପରେ
୪ ତାରିଖ ସକାଳେ ଉତ୍ତର ଆନ୍ଧ୍ର-ଓଡିଶା ଉପକୂଳରେ ସ୍ଥଳଭାଗ ଛୁଇଁବ ବୋଲି ସୂଚନା ରହିଛି।

ଏହାର ପ୍ରଭାବରେ ଗୁରୁବାରଠୁ ରାଜ୍ୟରେ ପାଗ ପରିବର୍ତ୍ତନ ହେବ। ଗଞ୍ଜାମ, ଗଜପତି, ପୁରୀ ଏବଂ ଜଗତସିଂହପୁରରେ ପ୍ରବଳ ବର୍ଷା ହେବ।
୪ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ବାତ୍ୟା ସମୟରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୧୦୦ ରୁ ୧୧୦ କିମି ବେଗରେ ପବନ ବହିବ । ଆସନ୍ତାକାଲି ସୁଦ୍ଧା କୂଳକୁ ଫେରିଆସିବା ପାଇଁ ମତ୍ସ୍ୟଜୀବୀଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି।

୧୧ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ,କଟକ, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ନୟାଗଡ଼ ଏବଂ ଯାଜପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ସତର୍କତା ଜାରି କରିଛି। ଝାରସୁଗୁଡା କିମ୍ବା ପଶ୍ଚିମ ଓଡ଼ିଶାରେ ଏହାର ପ୍ରଭାବ ସେତେଟା ପ୍ରଭାବ ଦେଖିବାକୁ ମିଳିବ ନାହିଁ। କିନ୍ତୁ ମେଘୁଆ ପାଗ ରହିପାରେ। ଏହି ସମୟରେ ବୃଷ୍ଟିପାତ ହେବ ବୋଲି କୁହାଯାଉଛି। ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ହେବାର ସମ୍ଭାବନା ରହିଛି। ତେଣୁ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିପାରେ।

Related Articles

Leave a Reply

Back to top button
error: Content is protected !!