?????
ବିଶ୍ୱ ମଧୁମେହ ଦିବସ ପାଳିତ
ଝାରସୁଗୁଡା: ଜିଲ୍ଲାର ଲାୟନ୍ସ କ୍ଲବ ଦ୍ୱାରା ବିଶ୍ୱ ମଧୁମେହ ଦିବସ ପାଳିତ ହୋଇଯାଇଛି । ନଭେମ୍ବର 14 ତାରିଖ ଦିନ ଯଜ୍ଞସେନା ହସ୍ପିଟାଲରେ ଏହି ଦିବସ ପାଳିତ ହୋଇଯାଇଛି । ଅତିରିକ୍ତ ମାଜିଷ୍ଟ୍ରେଟ ପ୍ରବୀର କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି ଯୋଗ ଦେଇ କହିଛନ୍ତି ଆମର ଦୈନନ୍ଦିନ ଜୀବନଶୈଳୀ ପାଇଁ ମଧୁମେହ ବଢ଼ି ଚାଲିଛି । ମଧୁମେହକୁ ଦୂରେଇବାକୁ ହେଲେ ଆମ ମାନଙ୍କୁ ଦୈନନ୍ଦିନ ଯୋଗ, ପ୍ରାଣାୟମ ଇତ୍ୟାଦି କରିବାକୁ ହେବ। ଉଲ୍ଲେଖଯୋଗ୍ୟ, ଏହି କାର୍ଯ୍ୟକ୍ରମ କ୍ଲବର ସଦସ୍ୟ ସୁଧୀର ମହାପାତ୍ରଙ୍କ ଦ୍ୱାରା ଆୟୋଜିତ ହୋଇଥିଲା। ଏହି ଅବସରରେ ଲାୟନ କ୍ସବର ଜିଲ୍ଲା ସଂଯୋଜକ ଏସ,କେ ଶୁଭନିଲସ ଆ଼ଞ୍ଚଳିକ ଅଧ୍ୟକ୍ଷ ଏଚ.ସି ଗୁପ୍ତା ପ୍ରମୁଖ ସଦସ୍ୟ ଯୋଗ ଦେଇଥିଲେ।