ପୁଲିସ ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ, ଥାନା ଘେରାଉ କଲେ ଲୋକେ
ଝାରସୁଗୁଡା: ଜଣେ 22 ବର୍ଷୀୟ ଯୁବକଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଏହାକୁ ନେଇ ଝାରସୁଗୁଡାରେଙ୍ଗାଲି ଲଖନପୁରରେ ଅସନ୍ତୋଷ ଦେଖିବାକୁ ମିଳିଛି। ଉତ୍ତ୍ୟକ୍ତ ଲୋକେ ରେଙ୍ଗାଲି ଥାନା ଘେରାଉ କରିବା ସହିତ କ୍ଷତିପୂରଣ ଦାବି କରିଛନ୍ତି । ଜାତୀୟ ରାଜପଥ 49ରେ 22 ବର୍ଷୀୟ ଯୁବକଙ୍କର ମୃତ୍ୟୁ ପରେ ସ୍ଥାନୀୟ ଅଂଚଳର ଲୋକେ ଦାବି କରିଛନ୍ତି ଯେ ପୁଲିସ ଗାଡି ଧକ୍କାରେ ସାଗର ମେହେରଙ୍କର ମୃତ୍ୟୁ ଘଟିଛି।
ମୃତ ବ୍ୟକ୍ତି ପାଲସାଦାର ବାସିନ୍ଦା। ସେ ଭୀମକମ୍ପାଲିରୁ ପଞ୍ଚଗାଓଁ ଅଭିମୁଖେ ଯାଉଥିବାବେଳେ ଏକ ଅଜଣା ଗାଡି ସହିତ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ତେବେ ତାଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ ସାଗରଙ୍କୁ ପିସିଆର ଗାଡି ଧକ୍କା ଦେଇଛି ଏବଂ ମୃତକଙ୍କ ପରିବାରକୁ ଏ ନେଇ କୌଣସି ସୂଚନା ନଦେଇ ଘଟଣାସ୍ଥଳରୁ ହସ୍ପିଟାଲକୁ ଆଣିଥିଲା ପୁଲିସ। ତେବେ ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରେଙ୍ଗାଲି ଥାନା ଘେରାଉ କରି ଉପଯୁକ୍ତ କ୍ଷତିପୂରଣ ଦାବି କରିଥିଲେ।
ଏସପି ବିକାଶ ଦାସ କହିଛନ୍ତି, ମୃତକଙ୍କ ପରିବାର ଲୋକେ ଏକ ଏଫଆଇଆର ଦେଇଛନ୍ତି। ଏହି ଏଫଆଇଆର ଅନୁଯାୟୀ ଏକ ଅଜଣା ଗାଡି ଧକ୍କାରେ ସାଗରଙ୍କର ମୃତ୍ୟୁ ଘଟିଛି। ହେଲେ ପୁଲିସ ଗାଡିରେ ଯଦି ତାଙ୍କର ମୃତ୍ୟୁ ଘଟିଥିବ ତାହାଲେ ସେ ଏହାକୁ ନିନ୍ଦା କରୁଛନ୍ତି। ଦୋଷୀ ଯିଏବି ହେଉଥାନା କାହିଁକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅନ୍ୟପଟେ ରେଙ୍ଗାଲି ପୋଲିସ ଷ୍ଟେସନର ଆଇଆଇସିଙ୍କୁ ଜିଲ୍ଲା ପୁଲିସ ମୁଖ୍ୟ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି।