?????

ବାର ଏବଂ ରେଷ୍ଟୁରାଣ୍ଟ ଖୋଲିବାକୁ ଦାବି କଲା ଝାରସୁଗୁଡା ହୋଟେଲ୍ ସଂଘ

ଝାରସୁଗୁଡା: ରେଷ୍ଟୁରାଣ୍ଟ, ବାର୍ ଖୋଲିବାକୁ ଅନୁମତି ଦିଆଯାଉ। ରାଜ୍ୟ ସରକାରଙ୍କୁ ଏପରି ଅନୁମତି ମାଗିଛନ୍ତି ଝାରସୁଗୁଡା ହୋଟେଲ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନର ସଦସ୍ୟ। ରବିବାର ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ଯେ ସେମାନଙ୍କୁ ସେମାନଙ୍କ ରେଷ୍ଟୁରାଣ୍ଟ, ବାର୍ ଖୋଲିବାକୁ ଦିଆଯିବା ସହିତ ବିଭିନ୍ନ କାର୍ଯ୍ୟକ୍ରମେ ଯେମିତିକି ବୈଠକ ଏବଂ ଭୋଜି ଭାତ କରବାକୁ ଅନୁମତି ଦିଆଯାଉ ବୋଲି ହୋଟେଲ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନର ସଦସ୍ୟ ଆଜି ପ୍ରେସମିଟ୍ କରି ଦାବି କରିଛନ୍ତି।

ଆସୋସିଏସନର ସଭାପତି ଆଶିଷ ପଲିତ ଆଜି ଏ ନେଇ ପ୍ରେସ ମିଟ୍ କରି କହିଛନ୍ତି ଯେ, କରୋନା ମହାମାରୀ ପାଇଁ ହୋଟେଲ ଶିଳ୍ପ କ୍ଷତିରେ ପଡ଼ିଛି। ଦୀର୍ଘ 15 ମାସ ହେବ କ୍ଷତି ସହି ଆସୁଛି ହୋଟେଲ ଶିଳ୍ପ। ଯେତେବେଳେ କରୋନା ସଂକ୍ରମଣ ଦୁର୍ବଳ ରହିଛି ପଶ୍ଚିମ ଓଡ଼ିଶାରେ। ସେତେବେଳେ ଜିମ୍, ସାଲୁନ୍, ସ୍ପା ଇତ୍ୟାଦି ବ୍ୟବସାୟକୁ ଅନୁମତି ଦିଆଯାଇଥିବା ବେଳେ ରେଷ୍ଟୁରାଣ୍ଟ ଏବଂ ବାର୍ ଖୋଲିବାକୁ ଅନୁମତି ମିଳିନାହିଁ। ଏବେ ଅନ୍ତତଃ ହୋଟେଲ ଏବଂ ବାର ଆଦି ଖୋଲିବାକୁ ସେ ସଂଘ ତରଫରୁ ରାଜ୍ୟ ସରକାରଙ୍କୁ ଅନୁମତି ମାଗିଛନ୍ତି।

କରୋନା ସଂକ୍ରମଣ ଆରମ୍ଭ ହେବା ପାଖରୁ ବାହାର ଅତିଥିଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି। ବ୍ୟବସାୟ ଦୀର୍ଘ ଦିନ ଧରି ବନ୍ଦ ପଡ଼ିଥିବାରୁ ବ୍ୟବସାୟ କ୍ଷତିରେ ପଡ଼ିଛି। ତେଣୁ ସରକାର ସମସ୍ତ ଟିକସ ଏବଂ ଶୁଳ୍କ ଛାଡ କରନ୍ତୁ ବୋଲି ସଂଘ ଦାବି କରିଛି।

ସୂଚନାଯୋଗ୍ୟ, ରାଜ୍ୟ ସରକାର ଏବେ ଅଗଷ୍ଟ 1 ଯାଏ 20ଟି ଜିଲ୍ଲାକୁ ଏ ଶ୍ରେଣୀରେ ରଖିଛନ୍ତି। ଏହି ଶ୍ରେଣୀରେ ଝାରସୁଗୁଡା ରହିଛି। ଏହି ଜିଲ୍ଲା ଗୁଡ଼ିକରେ କୋଭିଡ ପଜିଟିଭିିଟି ହାର 5 ପ୍ରତିଶତରୁ କମ୍ ରହିଛି। ତେଣୁ ଜିଲ୍ଲାରେ ସମସ୍ତ ଦୋକାନ ସକାଳ 6 ଟାରୁ 8 ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦେଇଛନ୍ତି ସରକାର। ଛୋଟ କିମ୍ବା ଶିଳ୍ପ କାର୍ଯ୍ୟକଳାପକୁ ମଧ୍ୟ ଅନୁମତି ଦିଆଯାଇଛି। ଏହାବାଦ ବସ୍, ଟ୍ରେନ୍ ଏବଂ ବିମାନ ସେବାକୁ ସରକାର ଅନୁମତି ଦେଇଛନ୍ତି। ରେଷ୍ଟୁରାଣ୍ଟ ଏବଂ ବାର ସଂଘର ଦାବି ହେଲା ଜିଲ୍ଲାରେ କରୋନା ସଂକ୍ରମଣ କମ୍ ରହିଥିବାରୁ ଏତେ ସବୁ ଖୋଲିବାକୁ ଅନୁମତି ଦିଆଯାଇଛି। ତେଣୁ ବାର ଏବଂ ରେଷ୍ଟୁରାଣ୍ଟ ଖୋଲିବା ସହିତ ବାହାର ଅତିଥିଙ୍କୁ ରହିବା ପାଇଁ ଅନୁମତି ଦିଆଯାଉ ବୋଲି ସରକାରଙ୍କ ପାଖରେ ସଂଘ ଦାବି କରିଛି।

Related Articles

Leave a Reply

Back to top button
error: Content is protected !!