ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଝାରସୁଗୁଡା: ଜିଲ୍ଲାର ପୂର୍ଣ୍ଣା ଅନ୍ତର୍ଗତ ମା ବୈଷ୍ଣ ଦେବୀ ମନ୍ଦିର ପରିସର ଓ ଦୁର୍ଗା ମଣ୍ଡପ ପରିସରରେ ବନୀକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଜିଲ୍ଲା ପ୍ରଶାସନ, ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଭାରତ ରତ୍ନ ସାହିତ୍ୟ ଓ ସଂସ୍କୃତି ପରିଷଦ ଏବଂ ନିଖିଳ ଉତ୍କଳ ପୂଜା ଘର ସାହିତ୍ୟ ସଂସଦର ମିଳିତ ଆନୁ କୂଲ୍ୟରେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ପଚାଶଟି ଆମ୍ବ, ଜାମୁ, ପଣସ, ପିଜୁଳି, ଅଁଳା ଓ ବେଲ ଗଛ ତଥା ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନେ ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ତପସ୍ୱନୀ ପଟେଲ, ବୁଲୁ ପଟେଲ, କୃତିକା ପଟେଲ, ଇଶାଣୀ କୁମାରୀ ବନ ବିଭାଗ କର୍ମଚାରୀମାନେ ଯୋଗଦାନ କରିଥିଲେ।
ଭାରତ ରତ୍ନ ସାହିତ୍ୟ ପରିଷଦପକ୍ଷରୁ ଏହି ବୃକ୍ଷ ରୋପଣ ସଚେତନା ସଭାକୁ କବି ନିକୁଞ୍ଜ ବିହାରି ମିଶ୍ର ଜ୍ୟୋତିଷ ସଭାପତିତ୍ୱ କରିଥିଲେ। ରେଞ୍ଜର ହରେକୃଷ୍ଣ ମୁଖ୍ୟଅତିିଥି ଭାବରେ ଯୋଗ ଦେଇଥିବା ବେଳେ ଜିଲ୍ଲା ଭିନ୍ନକ୍ଷମ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ବିବେକାନନ୍ଦ ମିଶ୍ର, କବି ପ୍ରଭାତ କୁମାର ଚୌହାନ, ସମାଜ ସେବୀ ଭବାନୀ ପଟେଲ ଓ କିଶୋର ଚନ୍ଦ୍ର ପଟେଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ ଉପରେ ନିଜର ମତ ପ୍ରକାଶ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ପୂଜାଘର ସାହିତ୍ୟ ସଂସଦର ସଂପାଦିକା ତଥା ଆଇନଜୀବୀ ଅହଲ୍ୟା ନାଏକ ସ୍ଵାଗତ ଭାଷଣ ଦେଇଥିବା ବେଳେ ସଭାପତି ଶାନ୍ତିଲତା ମିଶ୍ର ଧନ୍ୟବାଦ ଦେଇଥିଲେ।
ବନୀକରଣ ସମାରୋହ ଅବସରରେ ବିଭିନ୍ନ ସାମାଜିକ ସଂଗଠନ ମାନେ ବୃକ୍ଷ ରୋପଣ କରୁଥିବା ବେଳେ ସାହିତ୍ୟ ସଂଗଠନ ମାନେ ମଧ୍ୟ ବୃକ୍ଷ ରୋପଣ କରିବା ପାଇଁ ଆଗେଇ ଆସୁଥିବାରୁ ଉପ ବନଖଣ୍ତ ଅଧକାରୀ ସ୍ବାଗତ କରିବା ସହ ଭୁରି ପ୍ରଶଂସା କରିଥିଲେ। ସମସ୍ତ ଫଳ ବୃକ୍ଷ ଝାରସୁଗୁଡା ବନ ବିଭାଗ ପକ୍ଷରୁ ଯୋଗାଇ ଦେଇଥିବା ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।