ମୋଦି ଓ ହିନ୍ଦୁ ବିରୋଧରେ ନ୍ୟୁଜ ଲେଖିପାରିବାର କ୍ଷମତା ଥିଲେ ନିଯୁକ୍ତି ପାଇଁ ବିଜ୍ଞାପନ
ନୂଆଦିଲ୍ଲୀ: କେନ୍ଦ୍ରରେ ମୋଦି ସରକାର ବିରୋଧରେ ଏବଂ ହିନ୍ଦୁ ଧର୍ମ ବିରୋଧରେ ନ୍ୟୁଜ କରିପାରିବାର ଦକ୍ଷତା ଥିଲେ ଚାକିରି ଦେବ ଆମେରିକାର ନ୍ୟୁୟର୍କ ଟାଇମ୍ସ। ଦିଲ୍ଲୀରେ ହେବ ନିଯୁକ୍ତି। ସାମ୍ୱାଦିକ ସମସ୍ତ ପକ୍ଷଙ୍କୁ ନେଇ ନିଜରେ ପେଶା ଆଗକୁ ବଢାଏ। ଏଭଳି ସ୍ଥିତିରେ ଏହି ବିଦେଶୀ ମିଡିଆ ନିଯୁକ୍ତି ନାଁରେ ଏଭଳି ଦକ୍ଷତାର ମାପକାଠି ରଖିବାର ଉଦ୍ଦେଶ୍ୟ ଜଳଜଳ କରି ଦିଶୁଛି।
କେନ୍ଦ୍ରର ମୋଦି ସରକାରର ଛବିକୁ ଅନ୍ତର୍ଜାତୀୟ ମିଡିଆରେ ଖରାପ କରିବା ପାଇଁ ନ୍ୟୁୟର୍କ ଟାଇମ୍ସ ଠିକା ନେବା ଭଳି ମନେ ହେଉଛି ବୋଲି ଟ୍ୱିଟରରେ ଅନେକ ୟୁଜର ଲେଖିଛନ୍ତି। ସୋଶାଲ ମିଡିଆରେ ନ୍ୟୁୟର୍କ ଟାଇମ୍ସର ଏପରି ନିଯୁକ୍ତ ବିଜ୍ଞପ୍ତିକୁ ନେଇ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଗୁରୁବାର ନ୍ୟୁୟର୍କ ଟାଇମ୍ସ ତାର ଅଫିସିସିଆଲ୍ ଓ୍ୱେବସାଇଟ୍ ଏବଂ ଲିଙ୍କଡ ଇନରେ ନିଯୁକ୍ତି ନାଁରେ ବିଜ୍ଞପ୍ତି ବାହାର କରିଛି। ଜଣେ ନବାଗତ ମଧ୍ୟ ଏହି ଚାକିରି ପାଇଁ ଆବେଦନ କରିପାରିବ ବୋଲି ଉଲ୍ଲେଖ ରହିଛି।
The @nytimes has dropped all pretences of impartiality with this job ad for a South Asia Correspondent. They are clearly looking to hire an anti-Modi activist who can also stoke anti-India sentiments in our neighbourhood. With this, the paper qualifies as a foreign-funded NGO. pic.twitter.com/hw3QIRqjzn
— Kanchan Gupta ???????? (@KanchanGupta) July 2, 2021