?????

ଟିକାକରଣରେ ଆମେରିକାକୁ ଟପିଲା ଭାରତ, ୨.୯୪%କୁ ଖସିଲା ଦୈନିକ ପଜିଟିଭିଟି ହାର

ନୂଆଦିଲ୍ଲୀ: କୋଭିଡ ଟିକାକରକଣ କ୍ଷେତ୍ରରେ ଭାରତ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। ମୋଟ କୋଭିଡ ଟିକା ପ୍ରଦାନରେ ଆମେରିକାକୁ ପଛରେ ପକାଇଛି ଭାରତ। ଭାରତରେ ମୋଟ ଟିକାକରଣ ଗତକାଲି ୩୨.୩୬ କୋଟିକୁ ଅତିକ୍ରମ କରିଯାଇଛି । ସୋମବାର ସକାଳ ୭ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ ୪୩,୨୧,୮୯୮ ସେସନରେ ମୋଟ ୩୨,୩୬,୬୩,୨୯୭ ଡୋଜ୍ ଟିକା ଦିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୭,୨୧,୨୬୮ ଡୋଜ୍ ଟିକା ଦିଆଯାଇଛି ।

୨୦୨୧ ଜୁନ୍ ୨୧ରୁ କୋଭିଡ-୧୯ ଟିକାକରଣର ବୈଶ୍ୱିକରଣ ଆରମ୍ଭ ହୋଇଥିଲା । ଦେଶବ୍ୟାପୀ କୋଭିଡ-୧୯ ଟିକାକରଣକୁ ବ୍ୟାପକ ଓ ତ୍ୱରାନ୍ୱିତ କରିବାକୁ ପ୍ରତିବଦ୍ଧ ।

ଭାରତରେ ଗତ ୨୪ ଘଣ୍ଟାରେ ୪୬,୧୪୮ ନୂଆ କରୋନା ମାମଲା ଚିହ୍ନଟ ହୋଇଛି । ଗତ ୨୧ ଦିନ ଧରି ଦେଶରେ ଦୈନିକ ନୂଆ କରୋନା ମାମଲା ୧ ଲକ୍ଷ ତଳେ ରହିଛି । ଏହା କେବଳ କେନ୍ଦ୍ର ସରକାର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନଙ୍କ ମିଳିତ ପ୍ରଚେଷ୍ଟାର ଫଳ। ଭାରତରେ ମଧ୍ୟ ସକ୍ରିୟ କରୋନା ମାମଲା କ୍ରମାଗତ ଭାବେ ହ୍ରାସ ପାଉଛି । ଦେଶରେ ଏବେ ସକ୍ରିୟ ମାମଲା ରହିଛି ୫,୭୨,୯୯୪ ।

ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ ୧୩,୪୦୯ ହ୍ରାସ ହୋଇଛି ଏବଂ ଦେଶର ମୋଟ ପଜିଟିଭ୍ ମାମଲାର ମାତ୍ର ୧.୮୯% ରହିଛି ସକ୍ରିୟ ମାମଲା । ଦେଶରେ ସାପ୍ତାହିକ ପଜିଟିଭିଟି ହାର କ୍ରମାଗତ ହ୍ରାସ ପାଉଥିବା ପରିଲକ୍ଷିତ ହୋଇଛି । ସାପ୍ତାହିକ ପଜିଟିଭିଟି ହାର ଏବେ ୨.୮୧% ଥିବା ବେଳେ ଦୈନିକ ପଜିଟିଭିଟି ହାର ରହିଛି ୨.୯୪% । ଦୈନିକ ପଜିଟିଭିଟି ହାର ଗତ ୨୧ ଦିନ ଧରି ୫% ତଳେ ରହିଛି ।

କୋଭିଡ-୧୯ ସଂକ୍ରମଣରୁ ଅଧିକରୁ ଅଧିକ ଲୋକ ସୁସ୍ଥ ହେଉଥିବା ବେଳେ ଭାରତରେ ଗତ ୪୬ ଦିନ ଧରି ଦୈନିକ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ଦୈନିକ ଚିହ୍ନଟ ହେଉଥିବା ନୂଆ ମାମଲାକୁ ପଛରେ ପକାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୮,୫୭୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ନୂଆ କରୋନା ମାମଲା ତୁଳନାରେ ୧୨ ହଜାର (୧୨,୪୩୦)ରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ମହାମାରୀ ଆରମ୍ଭ ହେବା ପରଠାରୁ ଏ ପର୍ଯ୍ୟନ୍ତ ଦେଶରେ ୨,୯୩,୦୯,୬୦୭ ଜଣ ଆକ୍ରାନ୍ତ କୋଭିଡ-୧୯ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୫୮,୫୭୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ଫଳରେ ମୋଟ ସୁସ୍ଥତା ହାର ୯୬.୮୦%କୁ ବୃଦ୍ଧି ପାଇଛି ଏବଂ ଏହା କ୍ରମାଗତ ଭାବେ ବୃଦ୍ଧି ପାଉଛି ।

Related Articles

Leave a Reply

Back to top button
error: Content is protected !!