?????

ବିବାହ ବାର୍ଷିକୀରେ ଆମ୍ୱୁଲାନ୍ସ ଦେଲେ ବ୍ୟବସାୟୀ

ବ୍ରଜରାଜନଗର: କୋଭିଡ ବେଳେ ଏବେ ସ୍ୱାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣି ଭୁଶୁଡ଼ି ପଡିଛି। କିଭଳି ଦେଶର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବ ସେ ନେଇ ସମସ୍ତ ତତ୍ପର। ଉଭୟ ଘରୋଇ ଏବଂ ସରକାରୀ ସ୍ତରରେ ହସ୍ପିଟାଲର ଉନ୍ନତୀ ଉପରେ ଗୁରୁତ୍ୱ ଦିଆଯାଉଛି। ଏହି ସମୟରେ ଜିଲ୍ଲାର ଜଣେ ବ୍ୟବସାୟୀ ବ୍ୟକ୍ତିଗତ ଭାବରେ ମାଗଣାରେ ଏକ ଆମ୍ୱୁଲାନ୍ସ ଯୋଗାଇ ଦେଇଛନ୍ତି। ନିଜର 25ତମ ବିବାହ ବାର୍ଷିକୀ  ଉତ୍ସବ ଅବସରରେ ସେ ଏହି ଶୀତତାପ ନିୟନ୍ତ୍ରିତ ସହିତ ଅକ୍ସିଜେନ ବ୍ୟବସ୍ଥା ମଧ୍ୟ ରହିଛି।

ମା ରାମଚଣ୍ଡୀଙ୍କ ନିକଟରେ ପୂଜାର୍ଚ୍ଚନା କରିବା ପରେ ସେ ଏହି ଆମ୍ୱୁଲାନ୍ସକୁ ସ୍ୱସ୍ତି କ୍ଲବକୁ ହସ୍ତାନ୍ତର କରିଛନ୍ତି। କ୍ସବ ପକ୍ଷରୁ ଗୁଡୁ ରାଓ୍ୱଲାନି ଉପସ୍ଥିତ ଥିଲେ। କମ୍ ଖର୍ଚ୍ଚରେ ଲୋକଙ୍କୁ ଆମ୍ୱୁଲାନ୍ସ ଯୋଗାଇ ଦିଆଯିବ ବୋଲି ସ୍ୱସ୍ତି କ୍ଲବର ସଭାପତି ଏହା କହିଛନ୍ତି।

Related Articles

Leave a Reply

Back to top button
error: Content is protected !!