?????

ଟିକା କମ୍ପାନୀଙ୍କୁ ଆକୃଷ୍ଟ କରିବା ପାଇଁ ନିୟମରେ ପରିବର୍ତ୍ତନ କଲେ ସରକାର

ଭୁବନେଶ୍ୱର: ଟିକା ପାଇଁ ରାଜ୍ୟ ସରକାର ଗ୍ଲୋବାଲ ଟେଣ଼୍ଡର ଡାକିଛନ୍ତି। ଏହା ପୂର୍ବରୁ ଟିକା ତିଆରି କରୁଥିବା କମ୍ପାନୀ ମାନଙ୍କୁ ଆକୃଷ୍ଟ କରିବାକୁ ଯାଇ ରାଜ୍ୟ ସରକାର କିଛି ନିୟମରେ କୋହଳ କରିଛନ୍ତି। ଗୁରୁବାର ସଂଧ୍ୟାରେ ଆୟୋଜିତ ହୋଇଥିବା ପ୍ରି-ବିଡିଂ ବୈଠକରେ ଏହି ନିଷ୍ପତି ନେଇଛନ୍ତି ।

ସରକାର କହିଛନ୍ତି ଏହି ସଂଶୋଧନର ଅର୍ଥ ହେଲା କୌଣଷି କମ୍ପାନୀ ଚାହିଁଲେ ସମସ୍ତ ଟିକା ଦେଇ ପାରିବେ। ଏହା ସହିତ ଚାରି ମାସ ମଧ୍ୟରେ ଯୋଗ୍ୟ ବ୍ୟକ୍ତିଙ୍କୁ ଟିକାକରଣ କରିବାକୁ ସରକାର ଯୋଜନା କରୁଛନ୍ତି । ସେହିପରି ବିଯୁକ୍ତ ୨୦ ଡିଗ୍ରୀ ମଧ୍ୟରେ ରହିପାରୁଥିବା ଟିକାକୁ ବି ସରକାର ଅନୁମୋଦନ ପ୍ରଦାନ କରୁଛନ୍ତି । ତେବେ ସେହି ଟିକା ଗୁଡିକ ୧୨ ଘଣ୍ଟା ପାଇଁ ୨ ରୁ ୮ ଡିଗ୍ରି ମଧ୍ୟରେ ରହିପାରୁଥିବ। ଏହାର ଅର୍ଥ ହେଲା ରାଜ୍ୟ ସରକାର ସ୍ପୁଟନିକ ଭି ଟିକାକୁ ମଧ୍ୟ ଗ୍ଲୋବାଲ ଟେଣ୍ଡର ଜରିଆରେ ଆଣିବାକୁ ଯୋଜନା କରିଛନ୍ତି।

Related Articles

Leave a Reply

Back to top button
error: Content is protected !!