?????

ଝାରସୁଗୁଡାରେ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଦାବି, ଶୁଣିଲେ କେନ୍ଦ୍ର ସରକାର

ଝାରସୁଗୁଡା: କରୋନାର ଦ୍ୱିତୀୟ ଲହର ବେଳେ ଝାରସୁଗୁଡ଼ା ଜିଲ୍ଲା ପ୍ରଭାବିତ ହୋଇଛି। ତେଣୁ ଜିଲ୍ଲାରେ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ଦାବି କରିଥିଲେ ରାଜ୍ୟ ବିଜେପି ସମ୍ପାଦକ ଟଙ୍କଧର ତ୍ରିପାଠୀ। ଏଥିପାଇଁ ସେ କେନ୍ଦ୍ର ଏମଏସଏମଇ ତଥା ସଡକ ପରିବହନ ମନ୍ତ୍ରୀ ନୀତୀନ ଗଡକରୀଙ୍କୁ ଚିଠି ଲେଖି ଅକ୍ସିଜେନ ପ୍ଲାଣ୍ଟ ତିଆରି କରିବାକୁ ଅନୁରୋଧ କରିଥିଲେ। ଏବେ ଏହି ଦାବି ପୂରଣ ହୋଇଛି।

ଟଙ୍କଧର ଟ୍ୱିଟ୍ କରି କହିଥିଲେ, ୫୫୧ ଜିଲ୍ଲା ମୁଖ୍ୟାଳୟରେ ପିଏମ୍ କେୟାର ଫଣ୍ଡ ତରଫରୁ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠାର ନିଷ୍ପତି ସ୍ୱାଗତଯୋଗ୍ୟ। ଝାରସୁଗୁଡା ଜିଲ୍ଲାରେ ଏହାର ଆବଶ୍ୟକତା ରହିଥିବାରୁ ଏଠାରେ ଏକ ପ୍ଲାଣ୍ଟ ନିର୍ମାଣ ନିମନ୍ତେ କେନ୍ଦ୍ରମନ୍ତ୍ରୀଙ୍କୁ ସେ ଅନୁରୋଧ କରିଥିଲେ।

ଏବେ କେନ୍ଦ୍ର ସରକାର ଝାରସୁଗୁଡାରେ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ନେଇ ଟଙ୍କଧର ଟ୍ୱିଟ୍ କରି ଖୁସିବ୍ୟକ୍ତ କରିଛନ୍ତି। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେଇଛନ୍ତି। ମା ସମଲେଶ୍ୱରୀ ତାଙ୍କ ଡାକ ଶୁଣିଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି।

Related Articles

Leave a Reply

Back to top button
error: Content is protected !!