?????

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଉପନିର୍ବାଚନ ପାଇଁ ହେଲା ପ୍ରସ୍ତୁତି ବୈଠକ

ଝାରସୁଗୁଡ଼ା: ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ସମସ୍ତ ପ୍ରସ୍ତୁତି କାମ ଚାଲିଛି। ନିର୍ବାଚନରେ ଯେପରି ଶତ ପ୍ରତିଶତ ମତଦାନ ହେବ ସେଥିପାଇଁ ଭୋଟରମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସ୍ବେଛାସେବୀ ଅନୁଷ୍ଠାନମାନଙ୍କୁ ନେଇ ଗୁରୁବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଦଭାବନା ଗୃହରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସରୋଜ କୁମାର ସାମଲ ଆଗାମୀ ନିର୍ବାଚନରେ ମତଦାତାମାନେ ଯେପରି ନିଜ ନିଜ ଗଣତାନ୍ତ୍ରିକ ଅଧିକାର ପ୍ରତି ସଚେତନ ପୂର୍ବକ ମତଦାନ ପାଇଁ ଆଗେଇ ଆସିବେ ସେ ଦିଗରେ ସ୍ବେଛାସେବୀ ଅନୁଷ୍ଠାନ ଗୁଡ଼ିକ ଆନ୍ତରିକତାର ସହ ସଚେତନତା ସୃଷ୍ଟି ସକାଶେ ସହଯୋଗ କାମନା କରିଥିଲେ । ଗଣତନ୍ତ୍ରକୁ ସୁରକ୍ଷିତ ରଖିବା ପାଇଁ ଶତ ପ୍ରତିଶତ ମତଦାତା ଯେପରି ମତଦାନ କେନ୍ଦ୍ରରେ ଉପସ୍ଥିତ ରହି ଭୋଟଦାନ କରିବା ସହ ସଚେତନ ନାଗରିକର କର୍ତ୍ତବ୍ୟ ନିର୍ବାହ କରିବେ ସେଥି ପ୍ରତି ଦୃଷ୍ଟି ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ ବୋଲି କହିଥିଲେ ।

Related Articles

Leave a Reply

Back to top button
error: Content is protected !!