ପିଲାଙ୍କ ପାଠ ପଢ଼ା ବହିରେ ସାଂଘାତିକ ତ୍ରୁଟି, ବଜ୍ରକାପ୍ତା ଶିକାରକୁ ଦିଆଯାଉଛି ପ୍ରୋତ୍ସାହନ !
ଭୁବନେଶ୍ୱର: ବଜ୍ରକାପ୍ତା ଏକ ନିରୀହ ବନ୍ୟପ୍ରାଣୀ । ସାରା ପୃଥିବୀରେ ଏହା ସବୁଠାରୁ ଅଧିକ ଶୀକାର ହେଉଥିବା ପ୍ରାଣୀ ଭାବରେ ଦୁର୍ନାମ ମୁଣ୍ଡେଇଛି । ସାରା ପୃଥିବୀରେ ଜୀବନ୍ତ ବଜ୍ରକାପ୍ତା ଓ ଏହାର କାତିର ଚୋରା ଚାଲାଣ ରୋକିବା ପାଇଁ କଡାକଡି ଭାବରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଭାରତରେ ମଧ୍ୟ ବଜ୍ରକାପ୍ତା କୁ ଭାରତୀୟ ବନ୍ୟ ପ୍ରାଣୀ (ସଂରକ୍ଷଣ) ଆଇନ, 1972 ଅନୁଯାୟୀ ସବୁଠାରୁ ଅଧିକ ସୁରକ୍ଷା ମଧ୍ୟ ଦିଆଯାଇଛି । ଏହାକୁ ସିଡ୍ୟୁଲ 1 ରେ ରଖାଯାଇଛି ବାଘ, ହାତୀ, ଗଣ୍ଡା, ସିଂହ ଆଦି ପ୍ରାଣୀ ମାନଙ୍କ ସହିତ । ଅର୍ଥାତ ବଜ୍ରକାପ୍ତା ଶୀକାର କଲେ ବା ତା’ କାତି କୁ ବ୍ୟବହାର କଲେ ସର୍ବାଧିକ ଦଣ୍ଡ ର ବ୍ୟବସ୍ଥା ମଧ୍ୟ ରହିଛି । ନିକଟରେ ଖୋଦ ରାଜଧାନୀ ଭୁବନେଶ୍ବରରେ ଇନ୍ଦିରା ଗାନ୍ଧୀ ପାର୍କରୁ ଜଣେ ବ୍ୟକ୍ତିଙ୍କୁ କ୍ରାଇମବ୍ରାଞ୍ଚ ଏସଟିଏଫ 15ଟି କାତି ସହିତ ଗିରଫ କରାଯାଇଥିଲା । ତାଙ୍କ ସୂଚନାକୁ ଭିତ୍ତି କରି ପିପିଲି ନିକଟସ୍ଥ ଜୟିସପାଟଣା ରେ ଏନଏଚ ଉପରୁ ଆଉ ଜଣେ ବ୍ୟକ୍ତିଙ୍କୁ 2 କିଲୋଗ୍ରାମ ବଜ୍ରକାପ୍ତା କାତି ସହିତ ଗିରଫ କରାଯାଇଥିଲା ।
ହେଲେ ଆଶ୍ଚର୍ଯ୍ୟଜନକ ଭାବରେ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ତରଫରୁ ଚତୁର୍ଥ ଶ୍ରେଣୀ ପାଠ୍ୟ ପୁସ୍ତକ “ଆମେ ଓ ଆମ ପରିବେଶ” ରେ 146 ନମ୍ବର ପୃଷ୍ଠାରେ ବଜ୍ରକାପ୍ତା କୁ ନେଇ ଭ୍ରମାତ୍ମକ ତଥ୍ୟ ଦିଆଯାଇଛି । ଏହାକୁ ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ମଧ୍ୟ ଏହି ଭୁଲ ତଥ୍ୟ କୁ ପିଲା ମାନଙ୍କୁ ପଢେଇବା ପାଇଁ ବାଧ୍ୟ ହେଉଛନ୍ତି । ଏହି ବହିରେ ଏକ ଟେବୁଲ କରି ପ୍ରାଣୀ ମାନଙ୍କର ନାମ ଏବଂ ସେଥିରୁ ଲୋକେ କଣ ସବୁ ପାଉଛନ୍ତି ତାହା ଦିଆଯାଇଛି । ଏଥିରେ ଲେଖା ହୋଇଛି କି ବଜ୍ରକାପ୍ତା ରୁ କାତି ମିଳି ଥାଏ ଯେଉଁଥିରୁ ମୁଦି ତିଆରି ହୁଏ, ଏବଂ ଏଥିରେ ଔଷଧୀୟ ଗୁଣ ଅଛି ।
ଏହା ଅତ୍ୟନ୍ତ ହାସ୍ୟାସ୍ପଦ ଏବଂ ଦୁର୍ଭାଗ୍ୟଜନକ କଥା । କାରଣ ବନ୍ୟ ପ୍ରାଣୀ ଶୀକାରକୁ ପ୍ରୋତ୍ସାହିତ କରିବ ସହିତ କୁ ଏହା ସିଧାସଳଖ ବଜ୍ରକାପ୍ତା ଭଳି ବିଶ୍ୱର ସର୍ବାଧିକ ଶୀକାର ହେଉଥିବା ପ୍ରାଣୀ ଶିକାରୀଙ୍କୁ ମଧ୍ୟ ପ୍ରୋତ୍ସାହନ ଦେଉଛି ।ଗତ କିଛି ବର୍ଷ ତଳେ ଏହି ଭଳି ସାପ କାମୁଡା ର ପ୍ରାଥମିକ ଚିକିତ୍ସା ବିଷୟରେ ପଞ୍ଚମ ଶ୍ରେଣୀ ବିଜ୍ଞାନ ବହିରେ ଭୁଲ ତଥ୍ୟ ଥିଲା, ଏବଂ ଯାହା ଗଣମାଧ୍ୟମ ରେ ପ୍ରକାଶିତ ହେବା ପରେ ସରକାର ମାତ୍ର ଦୁଇ ମାସ ଭିତରେ ନୂଆ ବହି ସଂଶୋଧନ କରି ସ୍କୁଲ କୁ ପଠେଇବା ବ୍ୟବସ୍ଥା କରିଥିଲେ।