?????

ଦ୍ୱିତୀୟ ଡୋଜ ନେବାକୁ ୨୪ ଲକ୍ଷ ଲୋକ ବାକି ଅଛନ୍ତି

ଭୁବନେଶ୍ୱର: ବର୍ତ୍ତମାନ ସୁଦ୍ଧା ୩ କୋଟି ୪୦ ଲକ୍ଷ ୭୪ ହଜାର ୪୫୦ ଜଣ ଟୀକା ନେଇଛନ୍ତି। ପ୍ରଥମ ଡୋଜ ନେଇଛନ୍ତି ୨ କୋଟି ୪୧ ଲକ୍ଷ ୫୧ ହଜାର ୬୦୫ ଜଣ। ପ୍ରାୟ ୭୮ ପ୍ରତିଶତ ଲୋକ ପ୍ରଥମ ଡୋଜ ନେଇଛନ୍ତି। ଉଭୟ ଡୋଜ ନେଇଛନ୍ତି ୯୯ ଲକ୍ଷ ୨୨ ହଜାର ୮୪୫ ଜଣ। ପ୍ରାୟ ୩୨ ପ୍ରତିଶତ ଉଭୟ ଡୋଜ ନେଇଛନ୍ତି ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଆଜି ଏହା କହିଛନ୍ତି।

ସେ କହିଛନ୍ତି, ବର୍ତ୍ତମାନ ୨୫ ଲକ୍ଷ ୬୨ହଜାର ୯୧୦ ଡୋଜ ଟୀକା ଉପଲବ୍ଧ ଅଛି। ଦ୍ୱିତୀୟ ଡୋଜ ନେବାକୁ ୨୪ ଲକ୍ଷ ଲୋକ ବାକି ଅଛନ୍ତି। ଡିସେମ୍ବର ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ ଦେବା ଲକ୍ଷ ରହିଛି। ବ୍ରହ୍ମପୁର ଓ ଭୁବନେଶ୍ୱର ମୁନିସିପାଲଟି ସହ ରିଆମାଲ, ଟିକାବାଲି, ରାଇକିଆ, ଜି ଉଦୟଗିରି,ବେଳଗୁଣ୍ଠା ବ୍ଲକରେ ପ୍ରଥମ ଡୋଜ ଶତ ପ୍ରତିଶତ ହୋଇଛି ଟୀକାକରଣ ।

୩୫୪୦ ଗାଁ ରେବି ଶତପ୍ରତିଶତ ପ୍ରଥମ ଡୋଜ ଟୀକାକରଣ ହୋଇଛି। ଯେଉଁମାନେ ଦ୍ୱିତୀୟ ଟୀକା ନେଇନାହାନ୍ତି ବାରମ୍ବାର ମେସେଜ ଯାଉଛି,ଫୋନ କରାଯାଇଛି, ଆଶା ଓ ଅଙ୍ଗନବାଡି କର୍ମଚାରୀ ଫେସିଲିଟେଟ କରାଯାଉଛି। ଯେଉଁ ମାନେ ଟୀକାକରଣ କେନ୍ଦ୍ରକୁ ଆସିବାକି ସମ୍ପୂର୍ଣ୍ଣ ଅସମର୍ତ୍ତ ସେମାନଙ୍କୁ ଘରେ ଟୀକା ଫେସିଲିଟେତ କରାଯାଉଛି। ଆରଏମଆରସି ଷ୍ଟାଡି ଅନୁସାରେ ଲୋକଙ୍କ ଦେହରେ ଭଲ ଆଣ୍ଟିବାଡି ଅଛି। ବର୍ତ୍ତମାନ ସୁଦ୍ଧା ୦.୧୮ ପ୍ରତିଶତ ବ୍ରେକଥରୁ ସଂକ୍ରମଣ ହୋଇଛି। ଦ୍ୱିତୀୟ ଡୋଜ ଟୀକା ନେବା ପରେ ଲୋକଙ୍କୁ ସୁରକ୍ଷା ମିଳୁଛି। ୧୪ ଦିନ ପରେ ଅଧିକ ସୁରକ୍ଷା ଦେଉଛି ଟୀକା।

Related Articles

Leave a Reply

Back to top button
error: Content is protected !!