?????

ଦେଶର ୭୫ଟି ଜିଲ୍ଲାର ୭୫ଟି ଡିଜିଟାଲ୍ ବ୍ୟାଙ୍କିଙ୍ଗ ୟୁନିଟ୍‌ ଉଦଘାଟିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସାରା ଦେଶର ୭୫ଟି ଜିଲ୍ଲାରେ ୭୫ଟି ଡିଜିଟାଲ୍ ବ୍ୟାଙ୍କିଂ ୟୁନିଟ୍ (ଡିବିୟୁ) ଗୁଡିକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି ଭଳି ଚାରୋଟି ୟୁନିଟ୍ ଓଡିଶାରେ ରହିଛି । ଏହି ୟୁନିଟ୍ ଗୁଡିକ କଟକ, ଖୋର୍ଦ୍ଧା, ପୁରୀ ଏବଂ କେନ୍ଦୁଝର ଜିଲ୍ଲାରେ ରହିଛି ।

ଓଡିଶାର କଟକ ଜିଲ୍ଲାର ସାଲେପୁର ଠାରେ ଥିବା ୟୁକୋ ବ୍ୟାଙ୍କର ଡିଜିଟାଲ୍ ବ୍ୟାଙ୍କିଂ ୟୁନିଟ୍ ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଇ କେନ୍ଦ୍ର ଜନଜାତି ବ୍ୟାପାର ଏବଂ ଜଳ ଶକ୍ତି ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ବିଶ୍ୱେଶ୍ୱର ଟୁଡୁ କହିଥିଲେ ଯେ, ସରକାରଙ୍କ ପକ୍ଷରୁ ଆର୍ଥିକ ଅନ୍ତର୍ଭୁକ୍ତିକୁ ମଜଭୁତ କରିବା ନିମନ୍ତେ କରା ଯାଉଥିବା ପ୍ରୟାସ ଦିଗରେ ଏହା ଆଉ ଏକ ପଦକ୍ଷେପ । ସେ ଆହୁରି ମଧ୍ୟ କହିଥିଲେ ଯେ, “ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆଜି ଉଦ୍‌ଘାଟିତ ହୋଇଥିବା ଏହି ୭୫ଟି ଡିଜିଟାଲ୍ ବ୍ୟାଙ୍କିଂ ୟୁନିଟ୍ ଗୁଡିକ ନାଗରିକ ମାନଙ୍କୁ ଚବିଶ ଘଂଟିଆ ପ୍ରତିବନ୍ଧକ ମୁକ୍ତ ବ୍ୟାଙ୍କିଂ ସେବା ପ୍ରଦାନ କରିବ ଏବଂ ତୃଣମୂଳ ସ୍ତରରେ ଲୋକ ମାନଙ୍କର ଆର୍ଥିକ ଅନ୍ତର୍ଭୁକ୍ତିକୁ ସୁନିଶ୍ଚିତ କରିବ ।

ଶ୍ରୀ ଟୁଡୁ ଏହି ୟୁନିଟ୍‌ରେ ଉପଲବ୍ଧ କରା ଯାଉଥିବା ସୁବିଧାସୁଯୋଗ ଗୁଡିକୁ ତଦାରଖ କରିଥିଲେ ଏବଂ ବରିଷ୍ଠ ଅଧିକାରୀ ମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ ।

ଡିବିୟୁ ଗୁଡିକ ଅର୍ଥ ଜମା ଏବଂ ଅର୍ଥ ଉଠାଣ, ବ୍ୟାଙ୍କ ଖାତା ଖୋଲିବା, ସ୍ଥାୟୀ ଜମା / ପୁନଃପୌନିକ ଜମା, ଡିଜିଟାଲ୍ ଋଣ, ପାସ୍‌ବୁକ୍ ପ୍ରିଣ୍ଟିଂ, ବ୍ୟାଙ୍କରେ ଜମା ଅର୍ଥ ସମ୍ପର୍କରେ ଯାଂଚ ଏବଂ ଉପଭୋକ୍ତା ମାନଙ୍କୁ ଅର୍ଥ ହସ୍ତାନ୍ତରଣ ଇତ୍ୟାଦି ସୁବିଧା ପ୍ରଦାନ କରିବେ ।

୨୦୨୨- ୨୩ର କେନ୍ଦ୍ର ବଜେଟ୍ ଭାଷଣର ଅଂଶ ଭାବେ, ଅର୍ଥ ମନ୍ତ୍ରୀ ଆମ ଦେଶ ସ୍ୱାଧୀନତାର ୭୫ ତମ ବର୍ଷ ପୂର୍ତ୍ତି ପାଳନ ଅବସରରେ ଦେଶର ୭୫ଟି ଜିଲ୍ଲା ଗୁଡିକରେ ୭୫ଟି ଡିଜିଟାଲ୍ ବ୍ୟାଙ୍କିଂ ୟୁନିଟ୍ ସ୍ଥାପନ କରିବା ନେଇ ଘୋଷଣା କରିଥିଲେ । ଏହି ଡିବିୟୁ ଗୁଡିକ ଦେଶର ସମସ୍ତ ରାଜ୍ୟ ଗୁଡିକରେ ଏବଂ କେନ୍ଦ୍ର ଶାସିତ ପ୍ରଦେଶର କୋଣ ଅନୁକୋଣରେ ଡିଜିଟାଲ୍ ବ୍ୟାଙ୍କିଂ ସୁବିଧାର ଲାଭ ପହଂଚାଇବାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟ ନେଇ ସ୍ଥାପିତ କରା ଯାଉଛି । ୧୧ଟି ରାଷ୍ଟ୍ରାୟତ ବ୍ୟାଙ୍କ, ୧୨ଟି ଘରୋଇ କ୍ଷେତ୍ରର ବ୍ୟାଙ୍କ ଏବଂ ଏକ କ୍ଷୁଦ୍ର ଆର୍ଥିକ ବ୍ୟାଙ୍କ ଏହି ପ୍ରୟାସରେ ଅଂଶ ଗ୍ରହଣ କରିଛନ୍ତି ।

Related Articles

Leave a Reply

Back to top button
error: Content is protected !!