?????

ମେ ୩୧ରେ ବ୍ରଜରାଜନଗର ବିଧାନସଭା ପାଇଁ ପଡ଼ିବ ଭୋଟ୍

ଭୁବନେଶ୍ୱର: ଝାରସୁଗୁଡାର ବ୍ରଜରାଜନଗର ଆସନରେ ଉପନିର୍ବାଚନ ପାଇଁ ବାଜିଲା ନିର୍ବାଚନୀ ବିଗୁଲ । ସୋମବାର ନିର୍ବାଚନ କମିଶନ ଉପନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଡିସେମ୍ବର ମାସରେ ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ଖାଲିପଡିଛି ଏହି ଆସନ।

ମେ ୩୧ ତାରିଖରେ ଏହି ଆସନ ପାଇଁ ଭୋଟ୍ ପଡିବ । ମେ ୪ରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ମେ ୧୧ ପ୍ରାର୍ଥୀ  ପତ୍ର ଦାଖଲର ଅନ୍ତିମ ତାରିଖ ରହିଛି । ୧୨ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ମେ ୧୬ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ତାରିଖ ରହିଛି । ମେ ୩୧ରେ ଏହି ଆସନ ପାଇଁ ଭୋଟ୍ ପଡିବ । ଜୁନ୍ ୩ରେ ଭୋଟ୍ ଗଣତି ହେବ। ଭୋଟିଂ ବେଳେ ନିୟନ ଅନୁଯାୟୀ ଇଭିଏମ୍ ଏବଂ ଭିଭିପାଟ ବ୍ୟବହାର ହେବ। କରୋନା ନିୟମ ଅନୁଯାୟୀ ଭୋଟିଂ ସହିତ ପ୍ରଚାର ହେବ । ନିୟମ ଉଲ୍ଲଂଘନ କଲେ ନିୟମ ଅନୁଯାୟୀ ଦଣ୍ଡିତ ହେବେ।

ଡିସେମ୍ବର ୩୦ରେ କିଶୋର ମହାନ୍ତିଙ୍କ ବିୟୋଗ ପରେ ଖାଲି ପଡିଛି ଝାରସୁଗୁଡାର ବ୍ରଜରାଜନଗର ବିଧାନସଭା ଆସନ । ପୌର ନିର୍ବାଚନ ପରେ ପରେ ଖୁବଶୀଘ୍ର ଉପ ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ସୂଚନା ରହିଥିଲା ।

ତାରିଖ ଘୋଷଣା ପୂର୍ବରୁ ବ୍ରଜରାଜନଗର ବିଧାନସଭା ଆସନରୁ କିଏ ହେବେ ପ୍ରାର୍ଥୀ ସେ ନେଇ ରାଜନୈତିକ ଦଳଙ୍କ ମଧ୍ୟରେ ଅଙ୍କକଷା ଆରମ୍ଭ ହୋଇସାରିଛି । ଏହାରି ଭିତରେ ଝାରସୁଗୁଡା ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ବିଧାୟକ ପ୍ରାର୍ଥୀ କରିବାକୁ ଦାବି ହୋଇଥିବା ବେଳେ କିଶୋରଙ୍କ ପତ୍ନୀ ମଧ୍ୟ ବିଧାୟକ ସିଟ୍ ପାଇଁ ଦାବିଦାର ବୋଲି କହିଛନ୍ତି। ବିରୋଧୀ ବିଜେପି ଏଠାରେ ଏତେ ସକ୍ରିୟ ନଥିବା ଭଳି ଲାଗୁଛି ତେଣୁ ବିଜେ଼ଡିରୁ ଏହି ଆସନରୁ କିଏ ଟିକେଟ ପାଇବ ତାକୁ ନେଇ ସସପେନ୍ସ ବଢିଛି।

Related Articles

Leave a Reply

Back to top button
error: Content is protected !!