?????
ଜିଲ୍ଲା ବିଜେପି ପକ୍ଷରୁ ଅକ୍ସିଜେନ ସେବା ଆରମ୍ଭ

ଝାରସୁଗୁଡା: କରୋନା ମହାମାରୀ ବେଳେ ରାଜ୍ୟ ତଥା ଦେଶର ସ୍ୱାସ୍ଥ୍ୟାବସ୍ଥା ବିପର୍ଯ୍ୟସ୍ତ ହୋଇଛି। ମୁଖ୍ୟତଃ କରୋନା ଚିକିତ୍ସା ବେଳେ ଅକ୍ସିଜନ ଏବଂ ଅକ୍ସିଜେନ କନସେନଟ୍ରେଟର ଅଭାବ ରହିଛି। ଏହାକୁ ନଜରରେ ରଖି ରାଜ୍ୟ ବିଜେପିର ସାଧାରଣ ସମ୍ପାଦକଙ୍କ ଟଙ୍କଧର ତ୍ରିପାଠୀଙ୍କ ନେତୃତ୍ୱରେ ଜିଲ୍ଲାବାସୀଙ୍କ ପାଇଁ ଅକ୍ସିଜେନ ସିଲିଣ୍ଡର ସେବା ଏବଂ ଅକ୍ସିଜେନ କନସେନଟ୍ରେଟର ସେବା ଆରମ୍ଭ ହୋଇଛି।
ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ଟଙ୍କଧର ତ୍ରିପାଠୀଙ୍କ ନେତୃତ୍ୱରେ ହୋଟେଲ ମେଘଦୂତେରେ ଏହି ସେବା ଉଦଘାଟିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା ବିଜେପି ସଭାପତି ମଙ୍ଗଳା ସାହୁ, ବ୍ରଜରାଜନଗରର ପୂର୍ବତନ ବିଧାୟିକା ଶ୍ରୀମତି ରାଧାରାଣୀ ପଣ୍ଡା, ରାଜ୍ୟ କାର୍ଯ୍ୟନିର୍ବାହୀ ସଦସ୍ୟ ଶ୍ରୀ ସୁନୀଲ ପଣ୍ଡା, ଝାରସୁଗୁଡା ଟାଉନ୍ ମଣ୍ଡଳ ସଭାପତି ନେତାଜୀ ପଟ୍ଟନାୟକ ଉପସ୍ଥିତ ଥିଲେ।